୧୭ ବର୍ଷିୟ ନାବାଳିକା ଝିଅରୀ ସହ ଦୁଷ୍କର୍ମ କରି ୭ ମାସର ଛୁଆ ଜନ୍ମ ଦେଇଥିବା ଅଭିଯୋଗ ଆସିଛି କକେଇଙ୍କ ନାଁରେ । ନାବାଳିକାକୁ ବିବାହ କରିବାର ପ୍ରଲୋଭନ ଦେଖାଇ ସର୍ବସ୍ୱ ଲୁଟିନେଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁଣେ ପିମ୍ପରି-ଚିଞ୍ଚୱାଡ ଥାନା ଅଞ୍ଚଳରେ । ପୋଲିସ ଏହି ଖବର ପାଇବା ପରେ ଅଭିଯୁକ୍ତ ଦାଦା ନାଁରେ ଏକ ମାମଲା ରୁଜୁ କରିଛି । ସେପଟେ ଅଭିଯୁକ୍ତ ଦାଦା ଫେରାର ଥିବା ସୂଚନା ଦେଇଛି ପୋଲିସ ।
ପୋଲିସ ରିପୋର୍ଟ ଅନୁଯାୟୀ ୧୭ ବର୍ଷୀୟ ନାବାଳିକାଟି ଜଣେ ଜେଜିମାଙ୍କ ସହ ରହୁଥିଲେ । ଅଭିଯୁକ୍ତର ସ୍ତ୍ରୀ ଛାଡି ପଳେଇବା ପରେ ନାବାଳିକା ଉପରେ ଖରାପ ନଜର ପଡିଥିଲା । ଦାଦା ବାପାଙ୍କ ଭଳି ହୋଇଥିଲେ ମଧ୍ୟ ସମ୍ପର୍କ ନଦେଖି ଦେହର ଭୋକ ମେଣ୍ଟେଇବା ଯାଇ ବାରମ୍ବାର ଝିଅଟି ସହ ଦୁଷ୍କର୍ମ କରିଥିଲା ଦାଦା । ତେବେ ବିବାହ କରିବାର ପ୍ରତିଶ୍ରୃତି ମଧ୍ୟ ଦେଇଥିଲା । ସେପଟେ ନାବାଳିକାଟି ଅଭିଯୋଗ କରିଛି କି ଦାଦା ବହୁତ ଥର ବଳ ପୂର୍ବକ ଦୂଷ୍କର୍ମ ମଧ୍ୟ କରିଛି ।
ସେପଟେ ବୁଧବାର ନାବାଳିକାର ପେଟ କାଟିବାରୁ ସ୍ଥାନୀୟ ସରକାରୀ ମେଡିକାଲକୁ ଜେଜେମା ନେଇ ଯାଇଥିଲେ । ସେଠାକୁ ଯିବାପରେ ନାବାଳିକାଟି ଗର୍ଭବତୀ ଥିବା କହିଥିଲେ ଡାକ୍ତର । ଏବଂ ନାବାଳିକାଟି ଏକ ସାତ ମାସର ଛୁଆ ମଧ୍ୟ ଜନ୍ମ କରିଥିବା ଦେଖିବାକୁ ମିଳିଛି । ତେବେ ଗର୍ଭବତୀ କରିଥିବା ଅଭିଯୁକ୍ତ ଏହି କବର ପାଇବା ପରେ ଫେରାର ହୋଇ ଯାଇଥିବା ପୋଲିସ ସୂଚନା ଦେଇଛି ।