ସମସ୍ତ ମାନ୍ ମର୍ଯ୍ୟଦା ଭୁଲିଗଲେ,ତାଙ୍କ ଆଖିରେ କିଛି ବି ନଜର ଆସୁନଥିଲା । ଶାରିରୀକ ସଂପର୍କ ପାଇଁ ପୂରା ଭୋକିଲା ଥିଲେ । ଶେଷରେ ଜଣେ ୧୭ ବର୍ଷିୟ ଯୁବକକୁ ଅପହରଣ କରି ତା ସହିତ ଶାରିରୀକ ସମ୍ବନ୍ଧ ରଖିଥିଲେ । କେବଳ ଦିନେ କି ଦୁଇ ଦିନ ନୁହେଁ ଲଗାତର ୨୦ ଦିନ ଯାଏଁ ଶାରିରୀକ ସଂପର୍କ ରଖିଲେ ।ଏଭଳି ଏକ ଲଜ୍ୟାଜନକ ଖବର ଜଣେ ବିବାହିତା ମହିଳାଙ୍କଠାରେ ଦେଖିବାକୁ ମିଳିଛି ।
ଏହି ମାମଲରେ ପୋଲିସ ଖବର ପାଇବା ପରେ ଆପରାଧୀ ମହିଳାକୁ ନିଜ ଅଧିନରେ ନେଇ ପଚରା ଉଚରା କରିବା ସହ ଯୁବକୁ ଉଦ୍ଧାର କରିଥିଲା । କିନ୍ତୁ ଏହି ମାମଲାରେ ମହିଳା ଜଣକ କହିଛନ୍ତି କି, ସେ ଯୁବକକୁ ପ୍ରଥମରୁ ହିଁ ଜାଣିଛନ୍ତି ଏବଂ ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉ । କେବଳ ଏତିକି ନୁହେଁ ବହୁତ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତୁ ।
ଏହି ମାମଲରେ ପୋଲିସର କହିବାନୁଯାୟୀ ମହିଳା ଜଣକ ଜଣେ ମିନେରାଲ୍ସ ସପ୍ଲାୟରକୁ ବିବାହ କରିଥିଲେ । ମାତ୍ର ବାହାଘରର ଦୁଇ ବର୍ଷ ପରେ ମହିଳାଙ୍କର କୌଣସି ପିଲା ଛୁଆ ହେଉନଥିଲା । ସେଥିପାଇଁ ମହିଳା ଜଣକ ଅଚାନକ୍ ଘରୁ କୁଆଡେ ପଳାଇଥିଲେ । ଏନେଇ ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଥିଲେ ।
ଏହି ସମୟରେ ଯୁବକ ଜଣକ ମଧ୍ୟ ଘରୁ ଗାୟବ ଥିବା ନେଇ ତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆ ଯାଇଥିଲା । ଉଭୟଙ୍କ ଫଟୋ ମଧ୍ୟ ଥାନାରେ ଦିଆଯାଇଥିଲା । ପୋଲିସ୍ ଏହି ଫଟୋକୁ ବିଭିନ୍ନ ସ୍ଥାନରେ ଲଗାଇ ଖୋଜିବା ଆରମ୍ଭ କରିଦେଇଥିଲା । ଅଚାନକ୍ ଏକ ବସଷ୍ଟାଣ୍ଡର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବାରୁ ମହିଳା ଏବଂ ଯୁବକ ଦୁହେଁ ତାମିଲନାଡୁ ପାଇଁ ବସ୍ରେ ବସି ଯାଉଥିବାର ଜାଣିବାକୁ ମିଳିଥିଲା । ଏନେଇ ପୋଲିସ ତୁରନ୍ତ ତାମିଲନାଡୁ ପୋଲିସକୁ ଖବର ଦେନଇଥିଲା । ଏହାପରେ ତାମିଲନାଡୁର ଏକ ହୋଟେଲରେ ଉଭୟଙ୍କୁ ଧରିଥିଲା ପୋଲିସ୍ ।