ମାନବକିତାର ଶେଷ ସିମା ପାର । ସେଲଟର ହୋମରେ ରହୁଥିବା ନାବାଳିକା ଅନ୍ତେବାସୀଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିଥିବାର ଅଭିଯୋଗ ଆସିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୂଆଦିଲ୍ଲୀର ଦ୍ୱରକା ଅଞ୍ଚଳରେ ଥିବା ଏକ ସେଲଟର ହୋମରୁ । ଏ ଖବର ସମ୍ପର୍କରେ ସୂଚନା ପାଇବା ପରେ ମହିଳା କମିଶନ ପୋଲିସରେ ଏକ ଏତଲା ଦେଇଛି । ଏହି ଏତଲା ଆଧାରରେ ପୋଲିସ ତଦନ୍ତ ଚଳାଉଥିବା କହିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ସେଲଟର ହୋମରେ ଥିବା ୬ ବର୍ଷରୁ ୧୫ ବର୍ଷ ମଧ୍ୟରେ ତିବା ନାବାଳିକା ମାନଙ୍କୁ ବିଭିନ୍ନ କାମରେ ଲଗାଉଛନ୍ତି ସେଲଟର ହୋମ ଦାୟିତ୍ୱରେ ଥିବା ମହିଳା କର୍ମଚାରୀ । ରୋଷେଇ କରିବା ଠାରୁ ଆରମ୍ଭ କରି ବାସନ ମାଜିବା ଏବଂ ଲାଟିନ ସଫା କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଏମାନଙ୍କ ନିୟୋଜିତ କରାଯାଉଛି । ତେବେ ଏଥିରେ ଯଦି କେହି ବାରଣ କରେ ତେବେ ତାକୁ ଦଣ୍ଡ ଦିଆଯାଉଥିବା ଅଭିଯୋଗ ହୋଇଛି । ଦଣ୍ଡ ପୁଣି ଏମିତି ସେମିତି ନୁହେଁ । ଏହି ଛୋଟ ଭୁଲ ପାଇଁ ନାବାଳିକା ମାନଙ୍କର ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ଡ ଭର୍ତ୍ତି କରୁଥିଲେ । ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମହିଳା କମିଶନ ପୋଲିସରେ ଏତଲା ଦେଇଥିଲେ ।