ଗଞ୍ଜାମ (ଏଟିଆର ବ୍ୟୁରୋ); ଗାଁ ଦାଣ୍ଡରେ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ହତ୍ୟା କରିବା ପରେ ଫେରାର ହୋଇଗଲେ ଅପରାଧୀ । ହଣା ଖାଇଥିବା ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ମୀନ କେତନ ସାମଲ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗାଁରେ । ପୋଲିସ ଏହି ଖବର ପାଇବା ପରେ ଘଟଣା ତଦନ୍ତ ଜାରି କରିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ଶନିବାର ରାତିରେ ଗାଁ ଦାଣ୍ଡରେ ଠିଆ ହୋଇଥିଲେ ମୀନକେତନ । ତେବେ ହଠାତ ଦୁର୍ବୃତ୍ତମାନେ ବାଇକରେ ଆସି ଖଣ୍ଡାରେ ହାଣି ପକେଇଥିଲେ ମୀନକେତନଙ୍କୁ । ହାଣିବା ପରେ ଘଟଣାସ୍ଥଳରୁ ଫେରାର ହୋଇଥିଲେ ଅଭିଯୁକ୍ତ ମାନେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦାଣ୍ଡରେ ପଡିଥିବା ଗାଁ ଲୋକ ଦେଖିବା ପରେ ତାଙ୍କୁ ବୁଗୁଡା ମେଡିକାଲକୁ ନେଇ ଯାଇଥିଲେ ମାତ୍ର ନେବାରେ ବିଳମ୍ବ ହୋଇଥିବାରୁ ଡାକ୍ତର ତାଙ୍କୁ ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି । ପୋଲିସ ଖବର ପାଇବା ପରେ ଘଟଣାର ତନନ୍ତ ଜାରି କରିଛି । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି କି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ଏପରି ହତ୍ୟା କରିଛି ।