ଢ଼େଙ୍କାନାଳ (ଏଟିଆର ବ୍ୟୁରୋ); ବିଦ୍ୟୁତ ତାର ଲାଗିବାରୁ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣା ପଡିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜର ଦୁଦୁରୁକୋର୍ଟ ଜଙ୍ଗଲରେ । ଖବର ପାଇ ବନ ବିଭାଗ କର୍ମଚାରୀ ପହଁଞ୍ଚି ହାତୀର ମୃତ ଦେହକୁ ଶବ ବ୍ୟବଛେଦ ପାଇଁ ପଠାଇ ଦେଇଛନ୍ତି । ହାତୀ ମରିବା ମରିବା ଖବର ପାିବା ପରେ ସ୍ଥାନୀୟ ଲୋକ ବନ ବିଭାଗକୁ ଦାୟୀ କରିଛନ୍ତି । କାରଣ କିଛି ପୂର୍ବରୁ ସମାନ ଢ଼ଙ୍ଗରେ ଅନ୍ୟ ଏକ ଦନ୍ତାର ମୃତ୍ୟୁ ହୋଇଥିଲା । ମାତ୍ର ବନ ବିଭାଗ ସଜାଗ ନହେବାରୁ ପୁଣି ଏକ ହାତୀର ଜୀବନ ଯାଇଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
ଦିନକୁ ଦିନ ବଢ଼ି ଚାଲିଛି ହାତୀ ମରିବା । କେବେ ବିଦ୍ୟୁତ ତାର ଲାଗି ତ ଆଉ କେବେ ଶୀକାରୀର ଗୁଳିରେ । ତେବେ ସାଧାରଣରେ ପ୍ରଶ୍ନ ଉଠିଛି କେବେ ସଜାଗ ହେବ ବନ ବିଭାଗ ? କଣ ସମ୍ପୂର୍ଣ୍ଣ ହାତୀ ଲୋପ ପାଇବା ପରେ । ବନ ବିଭାଗର କର୍ମଚାରୀମାନେ ମୋଟା ଅଙ୍କର ଦରମା ନେଉଥିଲେ ମଧ୍ୟ ଠିକସେ ଡ୍ୟୁଟି କରୁ ନାହାଁନ୍ତି । ଯେଉଁ କାରଣରୁ ଗୋଟିଏ ପରେ ଗୋଟିଏ ହାତୀ ମରିବା ଘଟଣା ନଜରକୁ ଆସୁଛି ।