ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ଧନ ଏବଂ ଭୌତିକ ସୁଖ ପ୍ରଦାନ କରୁଥିବା ଗ୍ରହ ହେଉଛନ୍ତି ଶୁକ୍ର ଏବଂ ଗୁରୁ । ସେଥିପାଇଁ କୁହାଯାଏ ଧନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ଗୁରୁବାର ଏବଂ ଶୁକ୍ରବାର ସବୁଠୁ ଖାସ୍ ଦିନ । କାରଣ ଗୁରୁବାର ଭଗବାନ ବିଷ୍ଣୁଙ୍କ ବାର ଏବଂ ଶୁକ୍ରବାର ମା’ ଲକ୍ଷ୍ମୀଙ୍କ ବାର ।
- ଗୁରୁବାର ସକାଳୁ ସ୍ନାନ ସାରି ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ ଏବଂ ଘିଅ ଦୀପ ଜଳାଇ ବିଷ୍ଣୁସହସ୍ର ନାମ ପାଠ କରନ୍ତୁ ।
- ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରି ଚଣା ଡାଲି ଏବଂ ଗୁଡ ଭୋଗ ଲଗାନ୍ତୁ ।
- ଗୁରୁବାରଦିନ ଯେକୌଣସି ବିବାହିତା ମହିଳାଙ୍କ ସୁହାଗ ଜିନିଷ ଦାନ କରିବା ଫଳପ୍ରଦ ହୋଇଥାଏ । ଏହି ଉପାୟ ଶୁକ୍ରବାର ବି କରିପାରିବେ । ଏହାଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
- ଏହିଦିନ ହଳଦିଆ ବସ୍ତ୍ର ପିନ୍ଧି ହଳଦିଆ ଚନ୍ଦନ ଲଗାନ୍ତୁ । ଏହାଦ୍ୱାରା ଗୁରୁଙ୍କ ଶୁଭଫଳ ପ୍ରାପ୍ତି ହୋଇଥାଏ ।
- ଗୁରୁବାର ଦିନ ଘରକୁ ଧନ ଆସିବା ଶୁଭ ହୋଇଥାଏ କିନ୍ତ୍ୁ ଘରୁ ଧନ ଯିବା ଅଶୁଭ । ସେଥିପାଇଁ ଏହିଦିନ କୌଣସି ପ୍ରକାର ଲେଣ ଦେଣ କରନ୍ତୁ ନାହିଁ ।
- ଗୁରୁବାର ଏବଂ ଶୁକ୍ରବାର ଶ୍ରୀ ସୁକ୍ତ ପାଠ ଧନ ପାଇଁ ବହୁତ ଫଳପ୍ରଦ ହୋଇଥାଏ ।
- ଗୁରୁବାର ଦିନ ପିତା ବା ଘରର ବୟଜ୍ୟେଷ୍ଠ ବ୍ୟକ୍ତିଙ୍କ ଆର୍ଶିବାଦ ନିଅନ୍ତୁ ।
- ଏହିଦିନ ଭଜା ଚଣା, ଚୂଡା, ଭାତ ଆଦି ଖାଇବା ଉଚିତ୍ ନୁହେଁ ।