ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲିର ଫ୍ୟାସନ ଦୁନିଆରେ ପ୍ରତ୍ୟେକ ଯୁବତୀ ହୁଅନ୍ତୁ ଅବା ମହିଳା ନିଜର ସୌନ୍ଦର୍ଯ୍ୟତାକୁ ନେଇ ଖୁବ୍ ସତର୍କ ରହିଥାନ୍ତି । ଯଦି ଶରୀରରେ ସାମାନ୍ୟ ଚିହ୍ନ ହେଇଯାଉଛି ତେବେ ତାକୁ ଦୂର କରିବାକୁ ଅନେକ ଉପାୟ ଅବଲମ୍ବନ କରିଥାନ୍ତି । ଯାହାଦ୍ୱାରା ସେ ସୁନ୍ଦର ଦେଖାଯିବେ । କିନ୍ତୁ ଆଜିକାଲିର ମହିଳାଙ୍କ ଶରୀରରେ ଥିବା ଷ୍ଟେଚମାର୍କ ବଡ ସମସ୍ୟା ପାଲଟିଛି । ଯାହା ପ୍ରସୂତୀ ପରେ ଦେଖାଯାଇଥାଏ । ଏହା ଆଖିକୁ ମଧ୍ୟ ବହୁତ ଖରାପ ଦେଖାଯାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହି ଷ୍ଟେଚ୍ ମାର୍କରୁ ଛୁଟ୍ କାରା ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ।
ଯଦି ଆପଣ ବି ଏହି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଷ୍ଟ୍ରେଚ୍ ମାର୍କ ଉପରେ ତେଲ ମସାଜ କରନ୍ତୁ । ଏଭଳି କରିବା ଦ୍ୱାରା ଆପଣ ସହଜରେ ଏହି ସମସ୍ୟାରୁ ରକ୍ଷା ପାଇ ପାରିବେ । ସେଥିପାଇଁ ଆପଣ ଅଲିଭ୍ ତେଲ, କ୍ୟାଷ୍ଟର ତେଲ ଏବଂ ନଡିଆ ତେଲ ଆଦି ବ୍ୟବହାର କରିପାରିବେ ।
ସୌନ୍ଦର୍ଯ୍ୟତା ଏବଂ ସ୍ୱାସ୍ଥ୍ୟ ପାଇଁ ଆଲୋବେରା ଜେଲ୍ ଖୁବ୍ ଫାଇଦା ହୋଇଥାଏ । ଏହାଦ୍ୱାରା ବି ଆପଣ ଷ୍ଟ୍ରେଚ୍ ମାର୍କ ସମସ୍ୟାକୁ ଦୂର କରି ପାରିବେ । ସେଥିପାଇଁ ଏହି ଜେଲ୍ କୁ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାଇ ୧୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ ।
ଏହାବ୍ୟତିତ ଆପଣ ଆଳୁ ସାହାଯ୍ୟରେ ମଧ୍ୟ ଷ୍ଟ୍ରେଚ୍ ମାର୍କ ଦୂର କରିପାରିବେ । ସେଥିପାଇଁ ଆପଣ ଆଳୁକୁ ଛେଚି ରସ ବାହାର କରି ନିଅନ୍ତୁ । ସେହି ରସକୁ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାନ୍ତୁ । ଏହିଭଳି ଲଗାତର ୩ ରୁ ୪ ସପ୍ତାହ ଲଗାଇବା ଦ୍ୱାରା ସହଜରେ ଦାଗ ଦୂର ହୋଇଯାଇଥାଏ ।