ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟର ଶାସକ ଦଳ ବିଜେଡି ବିରୋଧରେ ଏକାଠି ହୋଇ ହୋଇପାରେ ମହାମେଣ୍ଟ । ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିର ବାଟ ଓଗାଳିବା ସହ ଶାସନରୁ ଗାଦିଚ୍ୟୁତ କରିବ ବୋଲି ଆଭାସ ମିଳିଛି । ଏଭଳି ଆହ୍ୱାନର ସଙ୍କେତ ଦେଇଛନ୍ତିି ଉକ୍ରଳ ଭାରତର ପ୍ରତିଷ୍ଠାତା ଖାରବେଳ ସ୍ୱାଇଁ । ଏହି ମହାମେଣ୍ଟରେ ରାଜ୍ୟର ବହୁ ପୁରୁଖା ନେତା ଯୋଗ ଦେବେ ବୋଲି କହିଛନ୍ତି ଖାରବେଳ । ଏଥିରେ ଦାମୋ ରାଉତ,ବୈଜୟନ୍ତ ପଣ୍ଡା ଏବଂ ବ୍ରଜ ତ୍ରିପାଠୀଙ୍କ ଭଳି ତୁଙ୍ଗ ନେତା ମେଳି କରିବେ । ତେବେ ଏହି ମହାମେଣ୍ଟ ଆସନ୍ତା ୧୫ ଦିନ ଭିତରେ ଜଣା ପଡିବ ବୋଲି କହିଛନ୍ତି ।
ପାଖେଇ ଆସୁଛି ୨୦୧୯ ସାଧାରଣ । ଏବେ ଠାରୁ ଗାଁଠୁ ସହର ସବୁଠି ଆରମ୍ଭ ହୋଇ ଗଲାଣି ନିର୍ବାଚନ ବାର୍ତ୍ତାବରଣ । ଦୀର୍ଘ ୧୮ ବର୍ଷ ଧରି ଶାସନ ଗାଦିରେ ଥିବା ନବୀନ ସରକାରଙ୍କ ପୁନର୍ବାର ସରକାର ଆସିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଯଦି ଏଭଳି ମହାମେଣ୍ଟ ହୁଏ ତେବେ ନବୀନଙ୍କୁ ଅଡୁଆରେ ପକେଇବ ବୋଲି ଅନୁମାନ କରିଛନ୍ତି ରାଜନିତିଗ୍ୟ ବିଶେଷଞ୍ଜ୍ୟମାନେ ।
ସେପଟେ ବିଜେଡି ଏହି ମହାମେଣ୍ଟର କୈାଣସି ପ୍ରଭାବ ପଡିବ ନାହିଁ ବୋଲି କହିଛି । ୧୮ ବର୍ଷରେ ନବୀନ ସରକାର ଓଡିଶାବାସୀଙ୍କ ପାଇଁ କରିଥିବା ଜନମଙ୍ଗଳ କାମକୁ ଲୋକ ଭୁଲି ପାରିବେ ନାହିଁ । ଏଣୁ ପୁନର୍ବାର ନବୀନଙ୍କ ଲୋକପ୍ରିୟତା ବଜାୟ ରହିବ ଏବଂ ଦଳ ସରକାର ଗଢ଼ିବ ବୋଲି ବିଜେଡିର ତୁଙ୍ଗ ନେତାମାନେ ବୟାନ ରଖିଛନ୍ତି ।