ବେଙ୍ଗାଲୁରୁ (ଏଟିଆର ବ୍ୟୁରୋ); ଋଣଭାର ସହି ନପାରି ପରିବାରର ୬ ଜଣ ଆତ୍ମହତ୍ୟା କରିଛନ୍ତି । ତେବେ ଏଭଳି ଦୁଃଖଦ ଘଟଣା ଘଟିଛି କଣ୍ଣାଟକର କୋପ୍ପଲ ଅଞ୍ଚଳରେ । ଚାଷୀ ଋଣଭାରରେ ବୁଡିଥିବାରୁ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଚାଷୀ ହେଲେ ଶେଖାରିହା । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ଶେଖାରିହାଙ୍କ ପରିବାର କୃଷି ଋଣରେ ବୁଡି ରହିଥିଲା । ଫଳରେ ପରିବାର ବହୁଦିନ ହେବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲା । ସେପଟେ ତାଙ୍କର ୪ଟି ଝିଅ ହୋଇଥିବାରୁ ଶେଖାରିହା ସବୁବେଳେ ଚିନ୍ତାରେ ରହୁଥିଲେ ବୋଲି ପଡୋଶୀ କହିଛନ୍ତି । ଏଣୁ ଶେଷରେ ନିଜ ସ୍ତ୍ରୀ ଏବଂ ଚାରି ଝିଅଙ୍କୁ ବିଷ ଦେଇ ମାରିଦେଇଥିଲେ । ପରେ ସମସ୍ତେ ମରିବା ପରେ ନିଜେ ଫଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ଶେଖାରିହା । ପଡୋଶୀ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଆସି ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି ।