ଭୁବନେଶ୍ୱର (ଏଟିଆର ବ୍ୟୁରୋ):ହିନ୍ଦୁ ଧର୍ମରେ ଦାନ ଧର୍ମର ବିଶେଷ ମହତ୍ୱ ରହିଛି । କୁହାଯାଏ କି ବ୍ୟକ୍ତି ଯେତିକି ଦାନ କରନ୍ତି ସେତିକି ସୁଖ ଲାଭ କରନ୍ତି । ମାତ୍ର ଦାନ କରିବା ସମୟରେ କିଛି କଥାର ଖାସ୍ ଧ୍ୟାନ ରଖାଯାଇଥାଏ । ନଚେତ୍ ଅନେକ ବ୍ୟକ୍ତି ଅଜଣାରେ ଏଭଳି କିଛି ଜିନିଷ ଦାନ କରିଦିଅନ୍ତି । ଯାହାଫଳରେ ତାଙ୍କୁ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା…
ଷ୍ଟିଲ୍ ବାସନ: କଦାପି କୌଣସି ବ୍ୟକ୍ତିଙ୍କୁ ଭୁଲ୍ ରେ ବି ଷ୍ଟିଲ୍ ବାସନ ଦାନ କରନ୍ତୁ ନାହିଁ । ଏହାଦ୍ୱାରା ଘରେ କଳହ ସୃଷ୍ଟି ହୋଇଥାଏ ।
ତେଲ: ଶନିବାର ତେଲ ଦାନ କରିବାର ଅଲଗା ମହତ୍ୱ ରହିଛି । କୁହାଯାଏ କି ଏଭଳି କରିବା ଦ୍ୱାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଯଦି ଆପଣ ବ୍ୟବହାର କରୁଥିବା ତେଲ କାହାକୁ ଦାନ କରନ୍ତି ତେବେ ଏହାଦ୍ୱାରା ଶନିଦେବ ରାଗି ଯାଇଥାନ୍ତି ।
କପଡା: କପଡା ଦାନ କରିବା ଶୁଭ ବୋଲି କୁହାଯାଇଥାଏ । ଯଦି ଆପଣ ନିଜର ପିନ୍ଧା କପଡା କାହାକୁ ଦାନ କରୁଛନ୍ତି ତେବେ ଏହାଦ୍ୱାରା ଆପଣଙ୍କୁ ଅଶୁଭ ଫଳ ମିଳିଥାଏ । ଏହାବ୍ୟତିତ ଘରେ ଧନ ହାନୀ ମଧ୍ୟ ହୋଇଥାଏ ।
ଝାଡୁ: ହିନ୍ଦୁ ଧର୍ମ ଅନୁଯାୟୀ ଝାଡୁରେ ମା’ଲକ୍ଷ୍ମୀ ବାସ କରିଥାନ୍ତି । ଯଦି ଆପଣ ଅନ୍ୟ କୌଣସି ବ୍ୟକ୍ତିକୁ ଝାଡୁ ବ୍ୟବହାର କରିବା ପାଇଁ ଦେଉଛନ୍ତି, ତେବେ ଏହାଦ୍ୱାରା ଘରୁ ଲକ୍ଷ୍ମୀ ପଳାଇଥାନ୍ତି ।