କେନ୍ଦ୍ରପଡା (ଏଡିଆର ବ୍ୟୁରୋ): ଯାତ୍ର ଦେଖିବା ହେଲା କାଳ । କିଛି ବ୍ୟକ୍ତି ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ଅଧା ବାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇପଡିଛନ୍ତି । ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅଳାବାଙ୍କ ନିକଟରେ ଘଟିଛି ।
ଖବରମୁତାବକ, ଗତକାଲି ରାତିରେ ଅନୁଗୁଳ ଜିଲ୍ଲାର କିଛି ବ୍ୟକ୍ତି ଏକ ଡ୍ୟାନ୍ସ ପ୍ରୋଗ୍ରାମରେ ଯୋଗ ଦେଇ ଯାତ୍ରା ଦେଖିବାକୁ ଯାଇଥିଲେ । ମାତ୍ର ଯାତ୍ରା ଦେଖି ସେଠାରୁ ଫେରିବା ବେଳେ ତାଙ୍କ କାର୍ ଟି ରାସ୍ତା କଡରେ ଥୁଆ ହୋଇଥିବା ଏକ ଟ୍ରକ୍ କୁ ଧକ୍କା ଦେଇଥିଲା । ଫଳରେ କାର୍ ରେ ଥିବା ୫ଜଣ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁବରଣ କରୁଥିବା ବେଳେ ଜଣେ ଗୁରୁତର ହୋଇପଡିଥିଲେ । ଏହାସହିତ କାର୍ ର ସ୍ପିଡ୍ ଏତେ ମାତ୍ରାରେ ଥିଲା ଯେ କାର୍ ଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଛି । ଘଟଣାରେ ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଛି ।