ଜଗତସିଂହପୁର (ଏଟିଆର ବ୍ୟୁରୋ); ୧୩ ଦଫା ଦାବି ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର ଆସୋସିଏସନ । ତୁରନ୍ତ ଏହି ଦାବି ପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତିବ୍ର ହେବ ବୋଲି ଚେତାବନୀ ଦେଇଛି ସଂଘ । ଶହ ଶହ ସଂଖ୍ୟାରେ କର୍ମୀଙ୍କ ଏହି ଆନ୍ଦୋଳନ ଯୋଗ ଦେଇ ଏହାକୁ ସଫଳ କରିଛନ୍ତିି ।
ମଙ୍ଗଳବାର ସକାଳୁ ଅଙ୍ଗୱାଡି କର୍ମୀ ଏବଂ ସହାୟିକା ମିଳତ ଭାବରେ ଏକ ରାଲିରେ ବାହାରି ପ୍ରଥମେ ସହର ପରିକ୍ରମା କରି ଥିଲେ । ପରେ ଏମାନେ ଯାଇ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ଘେରାଉ କରିଥିଲେ । ଦରମା ବୃଦ୍ଧି ଭଳି ବିଭିନ୍ନ ଦାବିରେ ଏମାନେ ଏହି ଆନ୍ଦୋଳନକୁ ଓହ୍ଲାଇଥିବା ସୂଚନା ଦେଇଛନ୍ତି । ସରକାରଙ୍କ ବିଭିନ୍ନ ଉନତି ମୂଳକ କାର୍ଯ୍ୟରେ ଏମାନେ ସହଯୋଗ କରିଥିଲେ ମଧ୍ୟ ସ୍ୱଳ୍ପ ଦରମା ସାଙ୍ଗକୁ କାମ ଅଧିକ ହୋଇଥିବାରୁ ସଂଘ ପକ୍ଷରୁ ବହୁ ଦିନ ଧରି ଆନ୍ଦୋଳନ କରି ଆସୁଛି ।