ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁଧର୍ମରେ ମୟୂର ପଙ୍ଖକୁ ପବିତ୍ର ବୋଲି କୁହାଯାଇଥାଏ । ବିଶ୍ୱାସ ରହିଛି କି ଦୁର୍ଭାଗ୍ୟକୁ ଦୂର କରି ସୌଭାଗ୍ୟ ଯଦି କିଏ ଆଣିପାରେ ସେ ହେଉଛି ମୟୂର ପଙ୍ଖ । ଆଜ୍ଞା ହଁ ବାସ୍ତୁ ଏବଂ ଜ୍ୟୋତିଷ ଶାସ୍ତ୍ରରେ ମୟୂର ପଙ୍ଖର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଏହାକୁ ଘରେ ରଖିବା ଦ୍ୱାରା ଘରେ ଧନର ଆଗମନ ହୋଇଥାଏ । ଯଦି ଘରର ସଠିକ୍ ସ୍ଥାନରେ ଏହି ମୟୂର ପଙ୍ଖ ରଖୁଛନ୍ତି ତେବେ ଏହାଦ୍ୱାରା ଅନେକ ଲାଭ ହେବା ସହ ସମସ୍ୟାମାନ ଦୂର ହୋଇଥାଏ ।
ଉପାୟ: ଯଦି କୌଣସି ଜରୁରୀ କାମରେ ବାଧା ଉପୁଜୁଛି ତେବେ ବେଡରୁମ୍ ର ପୂର୍ବ-ଦକ୍ଷିଣ କୋଣରେ ମୟୂର ପଙ୍ଖ ଲଗାଇ ଦିଅନ୍ତୁ । ଏହାଦ୍ୱାରା ଅଧା ରହିଯାଇଥିବା କାମ ପୂରଣ ହୋଇଥାଏ ।
- ଘର କିମ୍ବା ଦୋକନର ଦକ୍ଷିଣ-ପୂର୍ବ କୋଣରେ ମୟୂର ପଙ୍ଖ ଲଗାଇବା ଦ୍ୱାରା ଘରର ଆର୍ଥିକ ସମସ୍ୟା ଦୂର ହେବା ସହ ଲାଭ ହିଁ ଲାଭ ହୋଇଥାଏ । ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
- ଘରର ମୁଖ୍ୟ ଦ୍ୱାରରେ ତିନୋଟି ମୟୂର ପଙ୍ଖ ଲଗାଇବା ଦ୍ୱାରା ଲାଭ ହୋଇଥାଏ । ଏହି ପଙ୍ଖର ଗଣେଶ ଭଗବାନଙ୍କ ମୂର୍ତ୍ତି ସ୍ଥାପନ କଲେ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହେବ ।
- ଯଦି କୌଣସି ବ୍ୟକ୍ତି ନିଜ ପାଖରେ ମୟୂର ପଙ୍କ ରଖୁଛନ୍ତି ତେବେ ଏହାଦ୍ୱାରା ଭାଗ୍ୟ ଆପଣଙ୍କ ସାଥ୍ ଦେଇଥାଏ । ଏହାସହିତ ପକେଟ୍ କିମ୍ବା ଡାଏରୀରେ ମୟୂର ପଙ୍ଖ ରଖିଲେ ରାହୁ ଦୋଷ ଦୂର ହେବ ।
- ଯେକୌଣସି ଶୁଭ ଦିନ ମୟୂର ପଙ୍ଖକୁ ଏଭଳି ସ୍ଥାନରେ ରଖନ୍ତୁ ଯେଉଁଠି ଲୋକଙ୍କ ନଜର ପଡିବ । କାରଣ ମୟୂର ପଙ୍ଖ ଘରେ ଥିବା ନକରାତ୍ମକ ଶକ୍ତିକୁ ଦୂର କରି ଶକରାତ୍ମକ ଶକ୍ତି ବଢାଇଥାଏ ।