ଭୁବନେଶ୍ୱର(ଏଟିଆର ବ୍ୟୁରୋ); ଓଡ଼ିଶାରେ ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏନ. କେ ସିଂ ଓ ତାଙ୍କ ଟିମ୍ । ଆଜି ରାଜ୍ୟ ସରକାର କମିଶନଙ୍କ ନିକଟରେ ଦାବି ଉପସ୍ଥାପନ କରିବେ। ମିଳିଥିବା ସୂଚନା ଅନୁସାରେ ସ୍ୱତନ୍ତ୍ର ପାହ୍ୟା ଦାବି ପୁଣି ଥରେ ଅର୍ଥ କମିଶନଙ୍କ ଆଗରେ ରଖିବେ ରାଜ୍ୟ ସରକାର। ଏବେ କେନ୍ଦ୍ରୀୟ ଟିକସ ଭାଗ ରାଜ୍ୟକୁ ୪୨ ପ୍ରତିଶତ ମିଳୁଥିବା ବେଳେ ରାଜ୍ୟ ସରକାର ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି କରିବେ। ଏହାସହ କେନ୍ଦ୍ର ସରକାର ବିପର୍ୟ୍ୟୟ ପାଣ୍ଠି ଅନୁଦାନ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ରାଜ୍ୟ ସରକାର କମିଶନଙ୍କ ଆଗରେ ଦୃଢ ଯୁକ୍ତି ଉପସ୍ଥାପନ କରିବେ ବୋଲି ଜଣାପଡିଛି।
ସରକାର ଆଜି ଅର୍ଥ କମିଶନଙ୍କ ପାଖରେ ବିଭିନ୍ନ ଦାବି ଉପସ୍ଥାପନ କରିବେ । ଯେଉଁଥିରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, କେନ୍ଦ୍ରୀୟ ପାଣ୍ଠିରୁ ରାଜ୍ୟର ଟିକସ୍ ହାରରକୁ ୪୨ ପ୍ରତିଶତରୁ ୫୦ ପ୍ରତିଶତକୁ ବଢାଇବା, ମହିଳା ଉଦ୍ୟୋଗୀ, ଏସ୍ଏସ୍ ଟି, କୃଷି, ଭିତ୍ତିଭୂମି ଓ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ଫଣ୍ଡ ଗଠନ ଓ ଅଧିକ ଅର୍ଥ ଦାବି କରାଯିବ । ସେହିପରି ଓଡଶାକୁ ଉତ୍ତରପୂର୍ବଞ୍ଚଳ ରାଜ୍ୟ ହିସାବରେ ସ୍ବତନ୍ତ୍ର ସହାୟତା ବ୍ୟବସ୍ଥା, ରାଜ୍ୟରେ ଆଉ ଏକ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ , କଳାକୃତିର ରକ୍ଷାଣ ବେକ୍ଷଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସହ ୫.୫ ପ୍ରତିଶତ ଜାତୀୟ ହାରରେ ରାଜ୍ୟକୁ ଅନୁଦାନ ସହାୟତା ଆଦି ଦାବି ରହିବ ।