ଅନୁଗୋଳ (ଏଟିଆର ବ୍ୟୁରୋ); ଅବକାରୀ ବିଭାଗର ଅଚାନକ ଚଢ଼ାଉ । ଗିରଫ ହେଲେ ୫ ଜଣ ବେପାରୀ । ବିପୁଳ ପରିମାଣର ଦେଶୀ ମଦ ଏବଂ ପୋଚ ଜବତ କରିଛି ପୋଲିସ । ତେବେ ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଳା ହଣ୍ଡପା ଥାନା ଅଞ୍ଚଳରେ । ପୋଲିସ କଦଳୀମୁଣ୍ଡା ଗ୍ରାମରେ ଚଢାଉ କରି ପୀତାମ୍ବର ପ୍ରଧାନଙ୍କ ଘରୁ ୪ ଲିଟର, ସୋଲଣ୍ଡା ଗ୍ରାମର ଶର୍ମାନନ୍ଦ ପ୍ରଧାନଙ୍କ ଘରୁ ୬ ଲିଟର, ଲୁହାମୁଣ୍ଡା ଗ୍ରାମର ନରେଶ କାନ୍ଧିଆଙ୍କ ଘରୁ ୧୦ ଲିଟର, ଠାକୁରଗଡ଼ ଥାନା ଘୋଡ଼ାବାନ୍ଧୁଣୀ ଗ୍ରାମର ଗୌର ପ୍ରଧାନଙ୍କ ଘରୁ ୧୦ ଲିଟର, ଶାନ୍ତିଲତା ପ୍ରଧାନଙ୍କ ଘରୁ ୮ ଲିଟର ଦେଶୀ ମଦ ଜବତ କରାଯାଇଛି ।
ହଣ୍ଡପା ଥାନା ଅଞ୍ଚଳରେ ବହୁ ଦିନ ଧରି ଦେଶୀ ମଦ କାରବାର ଚାଲିଥିଲା । ଏହି ମଦ ପିଇ ବହୁତ ଲୋକ ଅସୁବିଧାର ଶିକାର ହେଉଥିଲେ । ତେବେ ଆଠ ମଲ୍ଲିକ ଅବକାରୀ ବିଭାଗ କୈାଣସି ବିଶେଷ ସୂତ୍ରରୁ ଖବର ପାଇବା ପରେ ହଠାତ ଯାଇ ହଣ୍ଡପା ଥାନା ଅଞ୍ଚଳରେ ଥିବା ସମସ୍ତ ଗ୍ରାମରେ ଚଢ଼ାଉ କରି ବ୍ୟାପକ ପରିମାଣର ଦେଶୀ ମଦ ଏବଂ ପୋଚ ଜବତ କରିଛି । ତେବେ ଏହି ମଦ ବିକ୍ରି କରୁଥିବା ଲୋକଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଆଖପାଖ ଅଞ୍ଚଳର କେତେକ ବେପାରୀ ଚଢ଼ାଉ ଖବର ଜାଣିବା ପରେ ଫେରାର ହୋଇ ଯାଇଥିବା ଜଣା ପଡିଛି ।