କଟକ (ଏଟିଆର ବ୍ୟୁରୋ); ପିପିଲି ଗଣଦୁଷ୍କର୍ମ ମାମଲା ହାଇକୋର୍ଟରେ ବିଚାର ହେବ । ତଳ କୋର୍ଟରେ କେସର ଶୁଣାଣି ପରେ ରାଜ୍ୟରେ ବହୁ ଅସନ୍ତୋଷ ଦେଖା ଦେଇଛି । ଅଭିଯୁକ୍ତମାନେ ନିର୍ଦ୍ଦୋଶରେ ଖଲାସ ହୋଇ ଯାଇଛନ୍ତି ବୋଲି ଚର୍ଚ୍ଚା ହୋଇଛି । ବେବିନାଙ୍କୁ ଉଚିତ ନ୍ୟାୟ ମିଳି ପାରିନାହିଁ । ଏଣୁ କ୍ରାଇମବ୍ରାଞ୍ଚ ହାଇକୋର୍ଟର ଦ୍ୱାରସ୍ଥ ହେବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତଳ କୋର୍ଟର ରାୟ ଅସନ୍ତୁଷ୍ଟ ହୋଇଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ବିରୋଧରେ ବହୁତ ପ୍ରମାଣ ଅଛି କ୍ରାଇମବ୍ରାଞ୍ଚ ପାଖରେ । ଏଣୁ ହାଇକୋର୍ଟର ଦ୍ୱାରସ୍ଥ ହେବା ସହ ପିଡିତାଙ୍କୁ ନ୍ୟାୟ ଦେବେ ବୋଲି ସୂଚନା ମିଳିଛି ।
୨୦୧୧ ମସିହା ନଭେମ୍ବର ୨୯ ତାରିଖର ପିପିଲ ଗଣ ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏହି ଘଟଣା ପାଇଁ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମନ୍ତ୍ରୀପଦ ମଧ୍ୟ ଚାଲି ଯାଇଥିଲା । ବେବିନାଙ୍କୁ ନ୍ୟାୟ ପାଇଁ ତଳ କୋର୍ଟରେ ଚାଲିଥିବା ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତମାନେ ନିର୍ଦ୍ଦୋଶରେ ଖଲାସ ହୋଇ ଯାଇଛନ୍ତି । ଯାହାକୁ ନେଇ ପୁଣି ଥରେ ରାଜ୍ୟରେ ଚର୍ଚ୍ଚା ହୋଇଛି । ଏହି ଚର୍ଚ୍ଚା ପାଇଁ ମଧ୍ୟ ମନ୍ତ୍ରୀପଦରୁ ନିକଟରେ ପ୍ରଦୀପ ମହାରଥୀ ଇସ୍ତଫା ଦେଇଥିଲେ ।