ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ଦେଶରେ ମକର ସଂସ୍କ୍ରାନ୍ତି ଖୁବ୍ ଧୁମ୍ ଧାମ୍ ରେ ପାଳିତ ହୋଇଥାଏ । ପ୍ରତ୍ୟେକ ବର୍ଷ ଏହି ପର୍ବ ଜାନୁଆରୀ ୧୪ରେ ପଡିଥାଏ କିନ୍ତୁ ଚଳିତ ବର୍ଷ ଏହି ପର୍ବ ଜାନୁଆରୀ ୧୫ରେ ପାଳନ କରାଯିବ । କାରଣ ଏଥରକ ସୁର୍ଯ୍ୟ ମକର ରାଶିରେ ଜାନୁଆରୀ ୧୪ରେ ପ୍ରବେଶ କରିବେ । ସେଥିଲାଗି ଜାନୁଆରୀ ୧୫ରେ ମକର ସଂକ୍ରାନ୍ତି ପାଳନ କରାଯିବ ।
- ମେଷ ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ । ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ କଳାଜିରା, ତେଲ, ବସ୍ତ୍ର ଆଦି ଦାନ କରନ୍ତୁ । ଏହାଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହେବ ।
- ବୃଷଭ ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର । ଏହି ରାଶିର ବ୍ୟକ୍ତି ସଂକ୍ରାନ୍ତି ଦିନ ତେଲ ଦାନ କରନ୍ତୁ । ଶୁଭଫଳ ପ୍ରାପ୍ତି ହେବ ।
- ବୁଧ ହେଉଛନ୍ତି ମିଥୁନ୍ ରାଶିର ସ୍ୱାମୀ । ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ କଳାଜିରା, କମ୍ବଳ ଆଦି ଦାନ କରନ୍ତୁ ।
- କର୍କଟ ରାଶିର ସ୍ୱାମୀ ଚନ୍ଦ୍ର । ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ ତେଲ ଏବଂ ସାଗୁଦାନା ଦାନ କରନ୍ତୁ ।
- ସିଂହ ରାଶିର ସ୍ୱାମୀ ସୂର୍ଯ୍ୟଦେବ । ସେଥିପାଇଁ ମକର ସଂକ୍ରାନ୍ତି ଦିନ ବହି ,କଳାଜିରା ଦାନ କରନ୍ତୁ ।
- କନ୍ୟା ରାଶିର ସ୍ୱାମୀ ବୁଧ । ଏହି ରାଶିର ବ୍ୟକ୍ତି ସଂକ୍ରାନ୍ତି ଦିନ ତେଲ , ଡାଲି ଦାନ କରନ୍ତୁ ।
- ତୁଳା ରାଶିର ସ୍ୱାମୀ ଶୁକ୍ର । ଉଲ୍, ସୋରିଷ ଏବଂ ତେଲ ଆଦି ଦାନ କରନ୍ତୁ ।
- ବିଛା ରାଶିର ସ୍ୱାମୀ ମଙ୍ଗଳ । ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ ଗରିବଙ୍କୁ ଖିଚିଡି ଦାନ କରନ୍ତୁ ।
- ଧନୁ ରାଶିର ସ୍ୱାମୀ ଗୁରୁ । ଏହି ରାଶିର ବ୍ୟକ୍ତି ସଂକ୍ରାନ୍ତିରେ କଳାଜିରା ଏବଂ ଚଣା ଦାନ କରନ୍ତୁ । ବିଶେଷ ଲାଭ ପ୍ରାପ୍ତି ହେବ ।
- ମକର ରାଶିର ସ୍ୱାମୀ ଶନି । ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ କଳାଜିରା, ତେଲ ଏବଂ ବହି ଆଦି ଦାନ କରନ୍ତୁ । ଅତ୍ୟନ୍ତ ଲାଭ ହେବ ।
- କୁମ୍ଭ ରାଶିର ସ୍ୱାମୀ ମଧ୍ୟ ଶନି । ସଂକ୍ରାନ୍ତି ଦିନ ତେଲ, ସାବୁନ୍, ବସ୍ତ୍ର, କଳାଜିରା, ପାନିଆ ଆଦି ଦାନ କରନ୍ତୁ ।
- ମୀନ ରାଶିର ସ୍ୱାମୀ ଗୁରୁ । ଏହି ରାଶିର ବ୍ୟକ୍ତି ମକର ସଂକ୍ରାନ୍ତି ଦିନ ତେଲ, ଚଣା, ସାଗୁଦାନା, କମ୍ବଳ ଆଦି ଦାନ କରନ୍ତୁ ।