ଏଟିଆର ବ୍ୟୁରୋ : ପ୍ରେମିକର ପାପ କର୍ମକୁ ପଦାରେ ପକାଇ ଦେଲା ପ୍ରେମିକା । ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥାଇ ମଧ୍ୟ ୩୧ ବର୍ଷିୟ ଯୁବକ ଜଣେ ୧୨ ବର୍ଷିୟ ନାବାଳିକାକୁ ଫୁସୁଲେଇ ରଖୁଥିଲା ଦେହର ସମ୍ପର୍କ । ତେବେ ପ୍ରେମିକର ଏହି କଳାକାରନାମା ନିଜ ମୋବାଇଲରେ ରେକଡିଂ କରି ରଖିଥିଲେ । ପ୍ରେମିକା ଜଣକ ପ୍ରେମିକର ମୋବାଇଲ ଦେଖିବା ପରେ ଏହି ଘଟଣା ପଦାକୁ ଆସିଛି । ଥାନାରେ ପ୍ରେମିକ ବିରୋଧରେ ଅଭିଯୋଗ କରିବା ପରେ ପ୍ରେମିକକୁ ୧୩ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିଛି ।
ସୂଚନା ଯୋଗ୍ୟ, ଉଦୟ କୁମାର ନାମକ ଜଣେ ଯୁବକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥାଇ ମଧ୍ୟ ଦେହର ଭୋକ ମେଣ୍ଟେଇବାକୁ ଯାଇ ୧୨ ବର୍ଷିୟ ନାବାଳିକାକୁ ଆଇସକ୍ରିମ ଏବଂ ଚକୋଲେଟ ଦେଇ ଫୁସୁଲେଇ ଥିଲା । ସେପଟେ ନାବାଳିକାକୁ ମଧ୍ୟ ବିବାହ କରିବା ପାଇଁ ଆଶା ଦେଇଥିଲା । ଫଳରେ ନାବାଳିକା ସହ ବାରମ୍ବାର ରଖିଥିଲା ଦେହର ସମ୍ପର୍କ । ତେବେ ନାବାଳିକାର ଲଗ୍ନ ଫଟୋ ମୋବାଇଲରେ ରଖିଥିଲା ଉଦୟ । ସେପାଟ ଉଦୟର ପ୍ରେମିକା ଏହି ଫଟୋ ଦେଖିବା ପରେ ପ୍ରେମିକର ଅସଲ ପରିଚୟ ଜାଣି ପାରିଥିଲା । ଏଣୁ ଥାନାରେ ପ୍ରେମିକ ନାଁରେ ଅଭିଯୋଗ କରିଥିଲେ ।