ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପିଚୁ ମେସିନ ଭିତରେ ଶ୍ରମିକ ପଶି ଯିବାରୁ ମୃତ୍ୟୁ ହୋଇଛି । ଘୋଡେଇ ହୋଇଥିବା ଚାଦର ମେସିନ ଭିତରେ ପଶି ଯିବା ଫଳରେ ମେସିନ ଭିତରକୁ ଟାଣି ହୋଇ ମୃତ୍ୟୁ ହୋଇଥିବା ଜଣା ପଡିଛି । ପୋଲିସ ଖବର ପାଇବା ପରେ ମୃତ ଦେହ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ସ୍ଥାନୀୟ ବରଗଡ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ୱର ପାଟଣାରେ ।
ଗ୍ୟାସ ଗୋଦାମ ନିକଟରେ ରାସ୍ତା କାମ ହେଉଥିବା ବେଳେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶ୍ରମିକ ଘୋଡାଇ ହୋଇଥିବା ଚାଦରଟି ମେସିନ ଭିତରେ ପଶି ଯାଇଥିଲା । ଫଳରେ ଚାଦର ସହ ଶ୍ରମିକ ଜଣକ ମଧ୍ୟ ମେସିନ ଭିତରକୁ ପଶି ଯାଇଥିଲେ । ଘଟଣାସ୍ଥଳରେ ହିଁ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ତେବେ ପୋଲିସକୁ ଖବର ଦେବା ପରେ ମୃତ ଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି ।