ଉଦଳା (ଏଟିଆର ବ୍ୟୁରୋ); ଗ୍ରାମ ସେବକଙ୍କୁ ତାଲା ପକାଇଲେ ଉତ୍ୟକ୍ତ ଲୋକ । ମହିଳାଙ୍କୁ ଅଶ୍ଳିଳ ଭାଷାରେ କହିବାରୁ ପଞ୍ଚାୟତ ଅଫିସରେ ତାଲା ପକାଇଲେ ଲୋକ । ପୋଲିସ ଖବର ପାଇବା ପରେ ଗ୍ରାମ ସେବକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ । ଉତ୍ୟକ୍ତ ଲୋକେ ଗ୍ରାମ ସେବକ ବିଦ୍ୟୁତ ମହାପାତ୍ରଙ୍କୁ ଅଟକ ରଖିଥିଲେ ।
ସୂଚନା ଅନୁଯାୟୀ ଶନିବାର ବଡଖରାଡି ପଞ୍ଚାୟତରେ ଶନିବାର ଭତ୍ତା ଏବଂ ରାସନ ପାଳି ଥିଲା । ତେବେ ସକାଳୁ ଲୋକମାନେ ଅପେକ୍ଷା କରି ବସିଥିଲେ ମଧ୍ୟ ଦିନ ୧୧ଟା ବେଳେ ରାସନ ବଣ୍ଟାଯାଇଥିଲା । ଡେରି ବାଣ୍ଟିବା କଥା ଜଣେ ମହିଳା କହିବାରୁ ତାଙ୍କୁ ଗ୍ରାମ ସେବକ ଖରାପ ଭାଷାରେ ଗାଳି କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଲୋକମାନେ ଗ୍ରାମ ସେବକଙ୍କୁ ମାଡ ମାରି ପଞ୍ଚାୟତ ଅଫିସ ଭିତରେ ତାଲା ପକାଇ ଦେଇଥିଲେ । ପରେ ପୋଲିସ ଖବର ପାଇବା ପରେ ତାଙ୍କୁ ଉଦ୍ଧାର କରିଥିଲା ।