କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଓଡିଶାରେ ପ୍ରଥମ ସମଲିଙ୍ଗୀ ବିବାହ । ଝିଅକୁ ବାହା ହେଲା ଝିଅ । ସାରା ଜୀବନ ପାଇଁ ସାଥୀ ହୋଇ ରହିବା ପାଇଁ ନେଲେ ନିଷ୍ପତି । ବିଶ୍ୱାସ ନହେଲେ ବି କଥାଟି ସତ । ତେବେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ । ଶନିବାର ମହାକାଳପଡା ତନ୍ତିଆପଲ୍ଲୀର ୨୭ ବର୍ଷୀୟ ସାବିତ୍ରୀ ପରିଡା ଏବଂ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗାଁର ୨୮ ବର୍ଷୀୟ ମୋନାଲିସା ନାୟକ ନୋଟାରୀ ଆଶୁତୋଷ ମହାନ୍ତିଙ୍କ ନିକଟରେ ସତ୍ୟପାଠ କରି ଦୁହେଁ ଦୁହିଁଙ୍କୁ ବିବାହ କରିଛନ୍ତି । ଏହି ଘଟଣା ପ୍ରଚାର ହେବା ପରେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।
ସୂଚନା ଯୋଗ୍ୟ ,ସୁପ୍ରିମ କୋର୍ଟଙ୍କ ରାୟ ୩୭୭ ଆଧାରରେ ଦୁହେଁ ବିବାହ କରିଛନ୍ତି । ଏହି ରାୟ ଅନୁସାରେ ସମଲିଙ୍ଗୀ ବିବାହ ହୋଇପାରିବ । ଏଣୁ ଦୁହେଁ ଦୁହିଁଙ୍କ ପାଇଁ ଉଚିତ ମନେ କରି ବିବାହ କରିବାର ନିଷ୍ପତି ନେଇଥିବା ଜଣା ପଡିଛି । ତେବେ ଏମାନେ କଟକର ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇ ଯାଇଥିଲା । ଏବଂ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ ।