ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାଧାରଣତଃ ଲବଙ୍ଗ ଗରମ ହୋଇଥିବାରୁ ଏହାକୁ ଗରମ ଦିନ ଅପେକ୍ଷା ଶୀତ ଦିନେ ଅଧିକ ବ୍ୟବହାର କରାଯାଇଥାଏ । ଲବଙ୍ଗରେ ଫସଫରସ୍, ପୋଟାସିୟମ, ପ୍ରୋଟିନ୍, ଆୟରନ୍, ସୋଡିୟମ, କାର୍ବୋହାଇଡ୍ରେଟସ୍, କ୍ୟାଲସିୟମ ଏବଂ ହାଇଡ୍ରୋକ୍ଲୋରାଇଡ ଏସିଡ୍ ଭରପୁର ମାତ୍ରାରେ ଥାଏ । ଏହାବ୍ୟତିତ ଏଥିରେ ଭିଟାମିନ୍ ଏ ଏବଂ ସି ସହିତ ମ୍ୟାଗ୍ନେସିୟମ ଏବଂ ଫାଇବର ବି ମହଜୁଦ ଥାଏ । ଶୀତ ଦିନେ ଲବଙ୍ଗ ଚା’ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ ।
- ଲବଙ୍ଗକୁ ପାଣିରେ ଫୁଟାଇ ଏକ କାଢା ପ୍ରସ୍ତୁତ କରନ୍ତୁ । ସେହି କଢାରେ ମହୁ ମିଶାଇ ଦିନକୁ ତିନି ଥର ପିଇବା ଦ୍ୱାରା ଆସ୍ଥମା ରୋଗୀଙ୍କ ପାଇଁ ଫାଇଦା ହୋଇଥାଏ ।
- ଲବଙ୍ଗ ତେଲର ଅରୋମା ବି ଶ୍ୱାସ ରୋଗୀଙ୍କୁ ଆରାମ ଦେଇଥାଏ । ଏହାକୁ ଶୁଙ୍ଘିବା ମାତ୍ରେ ଥଣ୍ଡା, କାଶ, କଫ, ଆସ୍ଥମା, ସାଇନୋସାଇଟ ସମସ୍ୟାରୁ ତୁରନ୍ତ ଆରାମ ମିଳିଥାଏ ।
- ଯଦି ଆପଣଙ୍କ ଛାତିରେ କଫ ଜମାଟ ବାନ୍ଧୁଛି ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଲବଙ୍ଗ ଚା’ ପିଅନ୍ତୁ ।
- ସାଇନସ୍ ରୋଗୀ ପ୍ରତିଦିନ ସକାଳୁ ଲବଙ୍ଗ ଚା’ ପିଇବା ଦ୍ୱାରା ସଂକ୍ରମଣ ଦୂର ହେବା ସହ ସାଇନସ୍ ଦୂର ହୋଇଥାଏ ।
- ଏହାସହିତ ଦାନ୍ତ ଯନ୍ତ୍ରଣାରୁ ଆରାମ ଦେଇଥାଏ ଲବଙ୍ଗ ଚା’ । ଏଥିରେ ଆଣ୍ଟିବ୍ୟାକ୍ଟରିଆଲ ଗୁଣ ଥାଏ । ଦାନ୍ତ ବିନ୍ଧା ବେଳେ ଯଦି ଆପଣ ଗୋଟେ ଲବଙ୍ଗକୁ ପାଟିରେ ପକାଇ ଚୋବାଇବେ ତେବେ ଏହାଦ୍ୱାରା ଯନ୍ତ୍ରଣା ଧୀରେ ଧୀରେ କମିଥାଏ ।
- ଯଦି ଆପଣଙ୍କ ମୁଣ୍ଡ ବୃଥା ହେଉଛି ତେବେ ସେଥିପାଇଁ ଲବଙ୍ଗ ତେଲ ମଥାରେ ଲଗାନ୍ତୁ । ଆରାମ ମିଳିବ ।