ନୂଆଦିଲ୍ଳୀ (ଏଟିଆର ବ୍ୟୁରୋ); ବିଶ୍ୱର ଧନୀ କ୍ରିକେଟ ଲିଗ ହେଉଛି ଆଇପିଏଲ । ଏଣୁ ଏହାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ତେବେ ସଚିନଙ୍କ ଅଇପିଏଲକୁ ନେଇ ମତ ଦେବା ପରେ ଆଇପିଏଲର ଚାହିଦା ବଢ଼ିଯାଇଛି ଏବଂ ଆଇପିଏଲ ପ୍ରେମୀଙ୍କ ଖୁସ ଦ୍ୱିଗୁଣିତ ହୋଇଛି । ନିକଟରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଜିତିବା ପରେ ବିରାଟ କୋହାଲି କହିଥିଲେ କି ରଣଜି ମ୍ୟାଚ ବରିଷ୍ଠ ଭୂମିକା ରହିଛି । ତେବେ ବିରାଟଙ୍କର ଏହି ମତକୁ ଖଣ୍ଡନ କରିଛନ୍ତି କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ସେ କହିଛନ୍ତି କି ରଣଜି ଅପେକ୍ଷା ଆଇପିଏଲର ପ୍ରଭାବ ଅଧିକ ରହିଛି ।
ନିକଟରେ ଏକ ସାକ୍ଷାତକାରରେ ସଚିନ ଆଇପିଏଲର ମାନ ବଢ଼ାଇ ଦେଇଛନ୍ତି । ସେ କହିଛନ୍ତି କି ବିଶ୍ୱର ଧନୀ କ୍ରିକେଟ ଲିଗରୁ ହିଁ ବଡ ବଡ ଖେଳାଳି ଉଭା ହୋଇଛନ୍ତି । ଏବଂ ଖେଳାଳିଙ୍କ ମାନ ବୃଦ୍ଧି ହେଉଛି । ବୁମରା,କୁଲଦୀପ ଯାଦବ,ମୟଙ୍କ ଅଗ୍ରୱାଲ ଏବଂ ପୃଥୀ ସଙ୍କ ଭଳି ଖେଳାଳି ଆଇପିଏଲରୁ ହିଁ ଲୋକ ଲୋଚନକୁ ଆସିଛନ୍ତି । ସଚିନ କହିଛନ୍ତି, ମୁଁ ଭାବୁଛି ଆଇପିଏଲ୍ର ଯଥେଷ୍ଟ ଅବଦାନ ରହିଛି। ଆମ ଯୁବଶକ୍ତିଙ୍କୁ ବଡ଼ ବଡ଼ ଖେଳାଳିଙ୍କ ସହ ଖେଳିବାର ସୁଯୋଗ ଆଇପିଏଲ୍ ହିଁ ଦେଇଛି। ଆମ ଖେଳାଳିଙ୍କୁ ବିଶ୍ବର ଯେ କୌଣସି ଖେଳାଳିଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିପାରିବାର ଆତ୍ମବିଶ୍ବାସ ଆଇପିଏଲ୍ ହିଁ ପ୍ରଦାନ କରିଛି।