ଏଟିଆର ବ୍ୟୁରୋ; ସାଙ୍ଗକୁ ସ୍ତ୍ରୀ ଉପହାର ଦେଲା ସ୍ୱାମୀ । ସାଙ୍ଗ ସହ ଦେହର ସମ୍ପର୍କ ମଧ୍ୟ ରଖିବା ପାଇଁ ବାଧ୍ୟ କରିଥିଲା ସ୍ୱାମୀ । ବିଶ୍ୱାସ ନହେଲେ ବି କଥାଟି ସତ । ତେବେ ଏଭଳି ଅବିଶ୍ୱାସନୀୟ ସତ୍ୟ ଘଟଣା ଘଟିଛି ମୁମ୍ବାଇ ନେହେରୁ ଥାନା ଅଞ୍ଚଳରେ । ସାଙ୍ଗର ଋଣଭାର ଶୁଝି ନପାରି ସ୍ତ୍ରୀକୁ ଉପହାର ଦେଇଥିଲା ସ୍ୱାମୀ । ସ୍ତ୍ରୀ ରାଜି ନହେବାରୁ ମାଡ ମାରିଥିଲା ନୃଂଶସ ସ୍ୱାମୀ । ଏଭଳି ଅକଥନୀୟ ନିର୍ଯ୍ୟାତନା ସହି ନପାରି ଥାନାରେ ସ୍ତ୍ରୀ ଏତଲା ଦେବା ପରେ ଏହି ଘଟଣା ନଜରକୁ ଆସିଥିଲା । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ।
ରିପୋର୍ଟ ଅନୁଯାୟୀ ଅଭିଯୁକ୍ତ ସ୍ୱାମୀ ଜଣକ ସବୁବେଳେ ନିଶାରେ ରହୁଥିଲେ । ଏଣୁ ସେ ସବୁବେଳେ ଋଣଭାରରେ ବୁଡି ରହୁଥିଲେ । ତେବେ ସେ ତାଙ୍କର ଜଣେ ସାଙ୍ଗ ପାଖରୁ ୩ ଲକ୍ଷ ଟଙ୍କା କରଜ କରିଥିଲେ । ମାତ୍ର ଏହାକୁ ଶୁଝି ପାରି ନଥିଲେ । ଶେଷରେ ସାଙ୍ଗ ପଇସା ମାଗିବାରୁ ଟଙ୍କା ପ୍ରତିବଦଳରେ ସ୍ତ୍ରୀ ସହ ଦେହର ସମ୍ପର୍କ ରଖିବାକୁ କହିଥିଲା । ସାଙ୍ଗ ମଧ୍ୟ ଏଥିରେ ରାଜି ହୋଇ ଯାଇଥିଲା । ମାତ୍ର ସ୍ତ୍ରୀ ଏପରି କୁକର୍ମ କରିିବା ପାଇଁ ମନା କରିବାରୁ ମାଡପିଟ୍ କରୁତିଲା ଅଭିଯୁକ୍ତ ସ୍ୱାମୀ । ଶେଷରେ ସ୍ୱାମୀର ନିର୍ଯ୍ୟାତନା ସହନପାରି ଆଇନର ଆଶ୍ରୟ ନେଇଥିଲେ ମହିଳା ।