କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ମହିଳାଙ୍କୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ନୃଂଶସ ଭଳି ପିଟିଲେ ଶାଶୁ ଘର ଲୋକ । ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଗାଁ ଲୋକ ଏବଂ ସ୍ଥାନୀ ୟସରପଞ୍ଚ ଉଦ୍ଧାର କରି ପୋଲିସରେ ଖବର ଦେଇଥିଲେ । ପୋଲିସ ଖବର ପାଇ ଆସିବା ପରେ ମହିଳାଙ୍କୁ ଉଦ୍ଧାର କରିବା ସହ ଶାଶୁ ଘର ଲୋକଙ୍କୁ ପଚରା ଉଚରା କରୁଛି । ତେବେ ଏହି ମାଡ ମାରିବା ପଛରେ ରହିଛି ପାରିବାରିକ କଳହ । ଯେଉଁ କାରଣରୁ ଶାଶୁ ଘର ଲୋକଙ୍କ ରାଗର ଆକ୍ରୋଶ ହୋଇଛନ୍ତି ମହିଳା ।
ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଳକ ଥାନା ଅନ୍ତର୍ଗତ ହାତିଆ ଗାଁରେ ଘଟିଛି ଏଭଳି କାଣ୍ଡ । ସେହି ଗ୍ରାମର ବାଲାଜୀ ମଲ୍ଲିକଙ୍କ ବୋହୂଙ୍କୁ ତାଙ୍କ ପରିବାର ଲୋକ ଏଭଳି ନିଯ୍ୟାତନା ଦେଇଥିବା ଜଣାପଡିଛି । ତେବେ ଏହି ମାଡ ମାରିବାର ମୁଖ୍ୟ କାରଣ ହେଉଛି ବାବାଜୀଙ୍କ ପୁଅ ଶତ୍ରୃଘ୍ନଙ୍କୁ ମହିଳା ଜଣକ ପ୍ରେମ ବିବାହ କରିଥିଲେ । ଯାହାକୁ ନେଇ ପରିବାରରେ ସବୁବେଳେ ଲାଗି ରହିଥିଲା କଳହ । ଏହି ବିବାହକୁ ପରିବାର ଲୋକ ଗ୍ରହଣ କରିପାରିନଥିଲେ । ଫଳରେ ସବୁବେଳେ ବୋହୂକୁ ନିର୍ଯ୍ୟାତନା ଦେଉଥିଲେ । ମାତ୍ର ସୋମବାର ରାସ୍ତା ଉପରେ ମାଡ ମାରିବା ଏକ ନିନ୍ଦା ଜନକ ଘଟଣା ବୋଲି ଗାଁ ଲୋକ କଥା ହେଉଛନ୍ତି ।