ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ଘରେ ଠାକୁରଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଥାଏ । ଏହାସହିତ କିଛି ଘରମାନଙ୍କରେ ଛୋଟ ଛୋଟ ମନ୍ଦିରମାନ ମଧ୍ୟ ତୋଳା ଯାଇଥାଏ । ନିୟମିତ ଘରେ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଘରର ବାତାବରଣ ପବିତ୍ର ଏବଂ ସକରାତ୍ମକ ରହିଥାଏ । ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କିଭଳି ଘରର ମନ୍ଦିର ଉପରେ ବିଶେଷ ଧ୍ୟାନ ରଖିବା ଉଚିତ୍ ।
- ଘରେ ପୂଜା କରୁଥିବା ବ୍ୟକ୍ତିଙ୍କ ମୁହଁ ପଶ୍ଚିମ କୋଣ ଆଡକୁ ହେଲେ ବହୁତ ଶୁଭ ହୋଇଥାଏ । ସେଥିପାଇଁ ଘରର ଦ୍ୱାରା ପୂର୍ବ ଆଡକୁ ହେବା ଉଚିତ୍ ।
- ଏହାସହିତ ପୂଜା ସମୟରେ ବ୍ୟକ୍ତିଙ୍କ ମୁହଁ ପୂର୍ବ ଦିଗ ଆଡକୁ ରହିଲେ ବି ଶ୍ରେଷ୍ଠ ଫଳ ପ୍ରାପ୍ତି ହୋଇଥାଏ ।
- ଘରର ଏଭଳି ସ୍ଥାନରେ ମନ୍ଦିର ତିଆରି କରନ୍ତୁ ଯେଉଁଠି ସୂର୍ଯ୍ୟଙ୍କ କିରଣ ପଡି ପାରିବ ।
- ଯେଉଁ ଘରମାନଙ୍କରେ ସୂର୍ଯ୍ୟ କିରଣ ପଡିବା ସହ ପବନ ଯିବା ଆସିବ କରିଥାଏ । ସେହି ଘର ମାନଙ୍କରେ କିଛି ଦୂର ହୋଇଥାଏ । ସୂର୍ଯ୍ୟ କିରଣ ଦ୍ୱାରା ବାତାବରଣର ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ ।
- ଘରର ମନ୍ଦିର ପାଖରେ କୌଣସି ଚମଡା ଜିନିଷ ରଖନ୍ତୁ ନାହିଁ । ଘରେ ପୂର୍ବପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ ।
- ପୂର୍ବପୁରୁଷଙ୍କ ଫଟୋ ଲଗାଇବାର ସଠିକ୍ କୋଣ ହେଉଛି ଦକ୍ଷିଣ କୋଣ । ସେଥିପାଇଁ ଆପଣ ଦକ୍ଷିଣ କୋଣ କାନ୍ଥରେ ଫଟୋ ଲଗାଇ ପାରିବେ । କିନ୍ତୁ ଭଗବାନଙ୍କ ସ୍ଥାନରେ ବିଲକୁଲ ଲଗାନ୍ତୁ ନାହିଁ ।
- ପୂଜା କକ୍ଷରେ କେବଳ ପୂଜା ସାମଗ୍ରୀ ହିଁ ରଖନ୍ତୁ ।
- ଯଦି ଆପଣଙ୍କ ଘରେ ମନ୍ଦିର ଅଛି ତେବେ ସକାଳ ଓ ସନ୍ଧ୍ୟାରେ ନିହାତି ଭାବେ ପୂଜା କରନ୍ତୁ । ପୂଜା ସମୟରେ ଘଣ୍ଟି ବଜାନ୍ତୁ । କେବଳ ପୂଜା ସ୍ଥାନରେ ଘଣ୍ଟି ବଜାନ୍ତୁନି ବରଂ ଘରର ଚର୍ତୁପାଶ୍ୱର୍ରେ ବୁଲି ଘଣ୍ଟି ବଜାନ୍ତୁ । ଏଭଳି କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।