ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସମସ୍ତ ହନୁମାନ ଭକ୍ତ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିଥାନ୍ତି । ଶକ୍ତି ଏବଂ ସାହାସର ପ୍ରତିକ କୁହାଯାଉଥିବା ଭଗବାନ୍ ହନୁମାନଙ୍କ ଚାଳିଶାରେ ୩ ଦୋହା ଏବଂ ୪୦ ଚୌପାଇ ଲିଖିତ ଅଛି । କେବଳ ମଙ୍ଗଳବାର ନୁହେଁ ବରଂ ଯେକୌଣସି ଦିନରେ ଲୋକ ନିଜ ଭିତରୁ ଭୟ ଦୂର କରିବା ପାଇଁ ହନୁମାନ ଚାଳିଶା ପାଠ କରିଥାନ୍ତି । ଆଜି ଆମେ ଆପଣଙ୍କୁ ହନୁମାନ ଚାଳିଶା ସହ ଜଡିତ ୫ଟି ସତ୍ୟତା ବିଷୟରେ କହିବାକୁ ଯାଉଛୁ ।
- ହନୁମାନ ଚାଳିଶାର ଆରମ୍ଭ ଦୁଇଟି ଦୋହାରୁ ହୁଏ, ଯାହାର ପ୍ରଥମ ଶଦ୍ଧ ‘ଶ୍ରୀଗୁରୁ’, ଏଥିରେ ଶ୍ରୀ ସନ୍ଦର୍ଭ ସୀତାମାତାଙ୍କ ସହ କରାଯାଇଛି । ଯାହାଙ୍କୁ ମା’ ବୋଲି ମଣିଥାନ୍ତି ଭଗବାନ ହନୁମାନ ।
- କବି ତୁଳସୀଦାସ ହନୁମାନ ଚାଳିଶା ଲେଖିଛନ୍ତି । ଏହାକୁ ଅବଧି ଭାଷାରେ ଲେଖାଯାଇଛି । କବି ତୁଳସୀଦାସ ତାଙ୍କର ଅନ୍ତିମ ଦିନ ପର୍ଯ୍ୟନ୍ତ ବାରଣାସୀରେ ଥିଲେ । ସେଠାରେ ତାଙ୍କ ନାଁରେ ଏକ ଘାଟ ମଧ୍ୟ ଥିଲା, ଯାହା ନାଁ ଥିଲା ‘ତୁଳସୀ ଘାଟ’ । ସେଠାରେ ରହି ସେ ହନୁମାନ ମନ୍ଦି ବି ତିଆରି କରିଥିଲେ ।
- ହନୁମାନ ଚାଳିଶାକୁ ପ୍ରଥମେ ଭଗବାନ ହନୁମାନ ହିଁ ଶୁଣିଥିଲେ । ପ୍ରସିଦ୍ଧ କଥା ଅନୁଯାୟୀ ଯେତେବେଳେ ତୁଳସୀଦାସ ରାମଚରିତମାନସ କହିବା ସମାପ୍ତ କଲେ ,ସେତେବେଳେକୁ ସମସ୍ତ ବ୍ୟକ୍ତି ସେଠାରୁ ଯାଇସାରିଥିଲେ କିନ୍ତୁ ଜଣେ ବୁଢା ମଣିଷ ଏକୁଟିଆ ବସିଥିଲେ । ସେହି ମଣିଷ ଆଉ କେହି ନୁହେଁ ବରଂ ନିଜେ ହନୁମାନ ହିଁ ଥିଲେ । ଏହି କଥାରେ ତୁଳସୀଦାସ ଅତ୍ୟନ୍ତ ଖୁସି ହୋଇ ୪୦ଟି ଚୌପାଇ କହିଥିଲେ ।
- ହନୁମାନ ଚାଳିଶାରେ ହନୁମାନଙ୍କ ଉପରେ ୪୦ଟି ଚୌପାଇ ଲେଖାଯାଇଛି । ଏହି ଚାଳିଶା ଶଦ୍ଧ ଏହି ଚାଳିଶ୍ ଟି ଅଙ୍କରୁ ହିଁ ମିଳିଛି ।
- ହନୁମାନ ଚାଳିଶାର ପ୍ରଥମ ୧୦ ଚୌପାଇ ତାଙ୍କର ଶକ୍ତି ଏବଂ ଜ୍ଞାନ ବିଷୟରେ ବର୍ଣ୍ଣନା କରାଯାଇଛି । ସେହିପରି ୧୧ ରୁ ୨୦ ଚୌପାଇରେ ଭଗବାନ ରାମଙ୍କ ବିଷୟରେ । ଶେଷ ଚୌପାଇରେ ଭଗବାନ ହନୁମାନଙ୍କ କୃପା ବିଷୟରେ ବର୍ଣ୍ଣନା କରାଯାଇଛି ।