ଆନନ୍ଦପୁର (ଏଟିଆର ବ୍ୟୁରୋ): ବନ୍ଧୁ ନାଁରେ କଳଙ୍କ । ସାମନ୍ୟ ବଚସାକୁ ନେଇ ସାଙ୍ଗକୁ ପିଟି ପିଟି ମାରିଦେଲା ନାବାଳକ ସାଙ୍ଗ । ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜ ଜିଲ୍ଲା ମହୁଲିଡିହା ଶାଳଚୁଆ ଗାଁରେ ଦେଖିବାକୁ ମିଳିଛି । ମୃତ ନାବାଳକ ଜଣକ ବିଜୟ ନାୟକ (୧୨) ବୋଲି ଜାଣିବାକୁ ମିଳିଛି ।
ଶାଳଚୁଆ ଗାଁର ରଘୁନାଥ ନାୟକଙ୍କ ପୁଅ ବିଜୟ ତାଙ୍କ ସାଙ୍ଗ ମାନଙ୍କ ସହ ମିଶି ବରକୁଟୀକୁ ମେଳା ଦେଖିବାକୁ ଯାଇଥିଲେ । ମେଳା ଦେଖି ଫେରିବା ବେଳେ ରାସ୍ତାରେ ବିଜୟ ଏବଂ ସାଙ୍ଗ ମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । କେବଳ ପାଟିତୁଣ୍ଡ ନୁହେଁ କଥା ମରାମରି ପର୍ଯ୍ୟନ୍ତ ପଳାଇଥିଲା । ଏହାପରେ ବିଜୟଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇପଡିଥିଲା । ତାଙ୍କୁ ଆନନ୍ଦପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ବିଜୟକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ବିଜୟକୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକ ।