ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ତାଙ୍କୁ ସଫ୍ଟ ଟିସୁ ସରକୋମା ହୋଥିବା ଜଣାପଡିଛି । ଆମେରିକାରେ ତାଙ୍କର ଚିକିତ୍ସା କରାଯିବ । ସେଥିପାଇଁ ସେ ଆମେରିକା ଯାଇଛନ୍ତି । ଏହି ଖବର ଜଣାପଡିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଜାତୀୟ କନଫ୍ରେନ୍ସର ଉପାଧ୍ୟକ ଓମାର ଅବଦୁଲ୍ଲା ଙ୍କ ସମେତ ବିପକ୍ଷ ଦଳର ଅନେକ ନେତା କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବହୁତ ଶୀଘ୍ର ସୁସ୍ଥ ହେବା ପାଇଁ କମନା କରିଛନ୍ତି ।
ସର୍ବପ୍ରଥମେ ବିରୋଧୀ ଦଳ ନେତା ମାନଙ୍କ ମଧ୍ୟରୁ ରାହୁଲ ଗାନ୍ଧୀ ଜେଟଲୀଙ୍କ ସୁସ୍ଥ ହେବା ପାଇଁ କାମନା କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଏହା ଶୁଣି ଦୁଃଖ ଲାଗିଲା କି ଅରୁଣ ଜେଟଲୀ ଅସୁସ୍ଥ ଅଛନ୍ତି । ଆମେ ନିୟମିତ ତାଙ୍କ ବିଚାରକୁ ନେଇ ଝଗଡା କରିଥାଉ । ସେ ଯାହା ହେଉନା କାହିଁକି, ମୁଁ ଏବଂ କଂଗ୍ରେସ ପାର୍ଟି ପକ୍ଷରୁ ପ୍ରାର୍ଥନା କରୁଛି ଖୁବ୍ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ । ଏହାସହିତ ଆପଣଙ୍କ ଏହି କଠିନ ସମୟରେ ଆମେ ଆପଣଙ୍କ ଏବଂ ଆପଣଙ୍କ ପରିବାର ସାଥିରେ ଅଛୁ ।
ରାହୁଲଙ୍କ ପରେ ଓମାର ଅବଦୁଲ୍ଲା ବି ଅର୍ଥମନ୍ତ୍ରୀଙ୍କ ସୁସ୍ଥ ହେବା ପାଇଁ କାମନା କରିଛନ୍ତି । ସେ କହିଛନ୍ତି କି , ଅରୁଣ ଜେଟଲୀ ବହୁତ ଶୀଘ୍ର ଠିକ୍ ହୋଇ ଦେଶକୁ ଫେରି ଆସିବେ ବୋଲି ଆଶା ରହିଛି ।
ଏହାସହିତ କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ କହିଛନ୍ତି କି, ସେ ତାଙ୍କର ସାଥୀ ସଂସାଦ ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଚିକିତ୍ସା ପାଇଁ ବିଦେଶ ଯିବା ଖବର ଶୁଣି ପୂରା ମର୍ମାହତ । ବହୁତ ଜେଟଲୀଙ୍କ ସ୍ୱାସ୍ଥ୍ୟ ଠିକ୍ ହେବା ପାଇଁ କାମନା କରିଛନ୍ତି ।