କଟକ (ଏଟିଆର ବ୍ୟୁରୋ); ହାଇକୋର୍ଟରେ ବିଚାର ହେବ ବହୁ ଚର୍ଚ୍ଚିତ ପିପିଲି ମାମଲା । ତଳ କୋର୍ଟରେ ଦୁଇ ଅଭିଯୁକ୍ତ ଭାଇ ପ୍ରସାନ୍ତ ପ୍ରଧାନ ଏବଂ ସୁକାନ୍ତ ପ୍ରଧାନଙ୍କୁ ନିର୍ଦ୍ଦୋଶ ଘୋଷଣା କରିଥିଲେ । ଏଥିରେ କ୍ରାଇମବ୍ରାଞ୍ଚର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଥିଲା । ଏଣୁ ହାଇକୋର୍ଟରେ ଏହି କେସର ପୁନର୍ବାର ଶୁଣାଣି ପାଇଁ କ୍ରାଇମବ୍ରାଞ୍ଚ ଅପିଲ କରିଛି । କ୍ରାଇମବ୍ରାଞ୍ଚର ଏହି ଅପିଲ ପରେ ପିଡିତାଙ୍କ ପରିବାର ବହୁତ ଖୁସିଥିବା ଜଣା ପଡିଛି । ଏବଂ ଏଥର ଝିଅକୁ ପ୍ରକୃତ ନ୍ୟାୟ ମିଳିବ ବୋଲି କହିଛନ୍ତି ।
ଚଳିତ ମାସ ୭ ତାରିଖରେ ସୁପ୍ରିମ କୋର୍ଟରେ କେସ ଅପିଲ କରିବା ପାଇଁ କ୍ରାଇମବ୍ରାଞ୍ଚ ସୂଚନା ଦେଇଥିଲା । ମାତ୍ର ଗୁରୁବାର ହାଇକୋର୍ଟରେ ଅପିଲ କରିଛି । କ୍ରାଇମବ୍ରାଞ୍ଚ ନିକଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ପ୍ରକାଶ କରାଯାଇଛି । ଯାହା ଦ୍ୱାରା ନିର୍ଦ୍ଦୋଶରେ ଖଲାସ ହୋଇଥିବା ଦୁଇ ଭାଇ ଦୋଷୀ ହେବା ସହ କଠିନ ଦଣ୍ଡରେ ଦଣ୍ଡିତ କରଯିବ ବୋଲି କ୍ରାଇମବ୍ରାଞ୍ଚ ଏସପି କହିଛନ୍ତି ।
୨୦୧୧ ମସିହା ଅର୍ଜୁନଗଦାରେ ଘଟିଥିବା ଗଣଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ହଟ୍ଟଚମଟ ସୃଷ୍ଟି ହୋଇଥିଲା । ଏହି ଘଟଣା ପାଇଁ ପିପିଲି ଥାନା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ପ୍ରଦୀପ ମହାରଥୀଙ୍କ ମନ୍ତ୍ରୀ ପଦ ମଧ୍ୟ ଯାଇଥିଲା । ତେବେ ଏହି କେସର ଶୁଣରଣି ପରେ ମଧ୍ୟ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅରୁଚିକର ମନ୍ତବ୍ୟ ପାଇଁ ପୁଣିଥରେ ମନ୍ତ୍ରୀ ପଦ ଛାଡିବା ପାଇଁ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଛି ।