ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଦଳ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡିଲା । ଦଳରୁ ସସପେଣ୍ଡ ହେଲେ କଂଗ୍ରେସ ବିଧାୟକ ଯୋଗେଶ ସିଂହ । ଏହି ସୂଚନା ଦେଇଛନ୍ତି ପିସିସି ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ । ଗୋଟେ ଦିନ ତଳେ ନବୀନ ପଟ୍ଟନାୟକଙ୍କୁ ସେ ପୂରା ପ୍ରଶଂସାରେ ପୋତି ପକାଇଥିଲେ । ସେ କହିଥିଲେ, ମୁଁ ମୋ ଅଞ୍ଚଳ ଲାଗି ଯେତେବେଳେ ଯାହା ଚାହିଁଛି ରାଜ୍ୟ ସରକାର ସେନେଇ ସହଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜଣେ ଭଲ ଲୋକ । ସେଥିପାଇଁ ସେ ଗଲା ୧୮ବର୍ଷ ହେବ ଶାସନ କରୁଛନ୍ତି ।
ତେବେ ଗୋଟିଏ ପଟେ ବିଜେଡିକୁ ଟାର୍ଗେଟ କରି କଂଗ୍ରେସ ନିଶାନା ଲଗାଉଥିବା ବେଳେ ଏହି ସମୟରେ ଯୋଗେଶଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ପ୍ରଶଂସା ଚର୍ଚ୍ଚାର ବିନ୍ଦୁ ପାଲଟିଥିଲା । କେବଳ ଏତିକି ନୁହେଁ ଯୋଗେଶ ଏହା ମଧ୍ୟ କହିଥିଲେ କି’ ମୋର ହାଇକମାଣ୍ଡ ହେଉଛନ୍ତି ଜନତା । ମୋ ଲାଗି ଆଗ ମାଟି ପରେ ପାର୍ଟି । ସେ ଏହାମଧ୍ୟ ଜଣାଇଥିଲେ କି’ ଆସନ୍ତା ୨୫ରେ ରାହୁଲ ଗାନ୍ଧି ଆସୁଥିବା ବେଳେ ସେ ସାମିଲ ରହିବେ ନାହିଁ ।