ସମ୍ବଲପୁର (ଏଟିଆର ବ୍ୟୁରୋ); ଔଷଧ ବୋଝେଇ ଟ୍ରକରେ ନିଆଁ । ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଔଷଧ । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରକରେ ବସିଥିବା ଡ୍ରାଇଭର ଏବଂ ହେଲଫର ଜୀବନ । ତେବେ ଏଭଳି ଏକ ଅଗ୍ନିକାଣ୍ଡ ଘଟିଛି ସମ୍ବଲପୁର ଯୁଯୁମରା ଥାନା ଅନ୍ତର୍ଗତ ୫ ନମ୍ବର ଜାତୀୟ ରାଜପଥରେ । ହୁ ହୁ ହୋଇ ଜଳିଗଲା ମେଡିସିନ । ୨ଟି ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିଛି ।
ସୂଚନା ଅନୁଯାୟୀ ଗୁରୁବାର ବିଳମ୍ବିତ ରାତିରେ ୫ ନମ୍ବର ଜାତୀୟ ରାଜପଥରେ ଔଷଧ ବୋଝେଇ ଟ୍ରକଟି ଯାଉଥିବା ବେଳେ ହଠାତ ଟ୍ରକରେ ନିଆଁ ଲାଗିଥିବା ଦେଖି ହେଲଫର ଏବଂ ଡ୍ରାଇଭର ଗାଡିରୁ ଡେଇଁ ପଡିଥିଲେ । ଗାଡିଟି ହୁ ହୁ ଜଳଥିବା ଦେଖିବା ପରେ ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ କରିଥିଲା । ମାତ୍ର ସେତେବେଳକୁ ସବୁ ବୋଡି ପାଉଁଶ ହୋଇଯାଇଥିଲା । ତେବେ ଏହି ମେଡିସିନ ବୋଝେଇ ଟ୍ରକଟି ମୁମ୍ବାଇରୁ କଟକ ଜଗତପୁର ଯାଉଥିଲା । ନିଆଁ ଲାଗିବାର କାରଣ ଜଣାପଡିନାହିଁ ।