ନୟାଗଡ (ଏଟିଆର ବ୍ୟୁରୋ); ଜଙ୍ଗଲରୁ ମିଳିଲା ଛାତ୍ରଙ୍କ ମୃତ ଦେହ । ଦୀର୍ଘ ୮ ଦିନ ହେବ ସେ ନିଖୋଜ ଥିଲେ । ରବିବାର ଗଛରେ ଟଙ୍ଗା ହୋଇରହିଥିବା ଶବ ଦେଖିବା ପରେ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ପୋଲିସ । ମୃତ ଛାତ୍ର ହେଲେ କାହ୍ନୁ । ତାଙ୍କ ଘର ନୟାଗଡ ଜିଲ୍ଲା କରଡା ବଣି ଗାଁରେ । ତାଙ୍କୁ କେହି ଅପହରଣ କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିପୋର୍ଟ ମୁତାବକ କାହ୍ନୁ ୮ ଦିନ ହେବ ନିଖୋଜ ଥିଲା । ପରିବାର ଲୋକ ଥାନାରେ ଏତଲା ଦେବା ପରେ ପୋଲିସ ବହୁତ ଖୋଜା ଖୋଜି କରିଥିଲା । ଏବଂ କାନ୍ଥରେ ନିଖୋଜର ପୋଷ୍ଟର ମାରିଦେଇଥିଲା । ଏଣୁ ଅପହରଣ କରିଥିବା ଅଭିଯୁକ୍ତ ଧରାପଡିଟିବା ଭୟରେ ମାରିଦେଇଛି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ କେହି ପୂର୍ବ ଶତ୍ରୃତାକାୁ କେନ୍ଦ୍ର କରି ମାରିଦେଇଥିବା ମଧ୍ୟ ସନ୍ଦେହ କରୁଛି ପୋଲିସ । ତେବେ ମୃତଦେହ ଯେଉଁ ଜାଗାରୁ ଉଦ୍ଧାର ହୋଇଛି ସେହି ଜାଗାକୁ ଜଣେ ଛୋଟ ପିଲା ଯିବା ଅସମ୍ଭବ ।
ରବିବାର ସକାଳୁ ଆଦିବାସୀମାନେ ଗଛରେ ଶବ ଝୁଲୁଥିବା ଦେଖିଥିଲେ । ଶବ ଦେଖିବା ପରେ ଟାଉନ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଉଦ୍ଧାର କରିଥିଲା । ତେବେ ସବୁଠାରୁ ବଡ କଥା ହେଉଛି ଶବ ଉଦ୍ଧାର କଲାବେଳେ କାହ୍ନୁର ପାଟିରୁ ରକ୍ତ ବାହାରୁଥିଲା । ଏବଂ ଦେହର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ମଧ୍ୟ ଥିଲା । ଏଣୁ ପୋଲିସ ଏହାକୁ ହତ୍ୟା ସନ୍ଦେହ କରି ତଦନ୍ତ ଚଳାଇଛି ।