ଉଦଳା (ଏଟିଆର ବ୍ୟୁରୋ); ଘରେ କେହି ନଥିବାର ସୁଯୋଗ ନେଇ ଗ୍ରୀଲ ତାଡି ଟଙ୍କା ଏବଂ ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ମୟୂରଭଞ୍ଜ ଜିଲ୍ଳା ଉଦଳା ଏନଏସି ୧୨ ୱାର୍ଡରେ ରହୁଥିବା ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଜଗତାନନ୍ଦ ଶତପଥୀଙ୍କ ଘରେ ପଶି ଦୁର୍ବୃତ୍ତ ମାନେ ଲୁଟି ନେଇଛନ୍ତି ୨ଲକ୍ଷ ଟଙ୍କା ଏବଂ ୨୫୦ ଗ୍ରାମର ସୁନା ଗହଣା । ପୋଲିସରେ ଏତଲା ଦେବା ପରେ ପୋଲିସ ତଦନ୍ତ ଜାରି କରିଛି । ସେପଟେ ସାଇଣ୍ଟଫିକ ଟିମ ପହଁଞ୍ଚି ତନାଘନା କରୁଛି ।
ଜଗଦାନନ୍ଦ ଏବଂ ତାଙ୍କ ପତ୍ନୀ କେବଳ ସେହି ଘରେ ରହୁଥିଲେ । ତାଙ୍କ ପିଲାମାନେ ବାହାରେ ଚାକିରୀ କରୁଛନ୍ତି । ଏଣୁ ସ୍ୱାମୀ ସ୍ତ୍ରୀ ଅଧିକାଂଶ ସମୟ ମଧ୍ୟ ବାହାରକୁ ଯିବା ଆସିବା କରୁଥିଲେ । ଏଣୁ ପୂର୍ବରୁ ଅନୁମାନ କରିଥିବା କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟଶଇଛନ୍ତି ବୋଲି ଅନୁମାନ କରାଯାଇଛି । ତେବେ ଶନିବାର ଘରେ କେହି ନଥିବାର ସୁଯୋଗ ନେଇ ରାତିରେ ଗ୍ରୀଲ ଭାଙ୍ଗି ଆଲମିରାରୁ ନଗଦ ୩ ଲକ୍ଷ ଟଙ୍କା ଏବଂ ୨୫୦ ଗ୍ରାମର ସୁନା ଗହଣା ଲୁଟି ନେ଼ଇଛନ୍ତି ।