ଅନୁଗୋଳ (ଏଟିଆର ବ୍ୟୁରୋ); ପୁଣି ଏକ ଲଜ୍ଜା ଘଟଣା ନଜରକୁ ଆସିଛି । ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କଲା ଯୁବକ । ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଛି । ଅଭିଯୁକ୍ତ ହେଲା ଅନାମ ଦେହୁରୀ । ପୋଲିସର ଖବର ପାଇ ଅଭିଯୁକ୍ତକୁ ଖୋଜୁଛି । ସେପଟେ ନାବାଳିକାର ମୃତ ଦେହ ଉଦ୍ଧାର ବ୍ୟବଛେଦ ପାଇଁ ପଠାଯାଇଛି । ଘଟଣାସ୍ଥଳରେ ସାଇଣ୍ଟଫିକ ଟିମ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି ।
ସୂଚନା ଯୋଗ୍ୟ, ଏହି ଘଟଣା ଘଟିଛି ଅନୁଗୋଳ ଥାନା ଅନ୍ତର୍ଗତ କାଙ୍ଗୁଳା ଗାଁରେ । ନାବାଳିକା ଜଣକ ବାପାଙ୍କ ପାଖକୁ ୧ କିଲୋମିଟର ଦୂରରେ ଥିବା ଦୋକାନକୁ ଖାଇବା ନେଇ ଯାଇଥିଲା । ବାଟରେ ଏକା ପାଇ ସେହି ଗ୍ରାମର ଅନାମ ଦେହୁରୀ ବୁଦା ମୂଳକୁ ଟେକି ନେଇ ଦୁଷ୍କର୍ମ କରିଥିଲା । ତେବେ ନାବାଳିକାଟି ପାଟି କରିକରିବାରୁ ତାକୁ ପଥରରେ ଛେତି ହତ୍ୟା କରିଥିଲା । ପରେ ଅନାମ ଫେରାର ହୋଇ ଯାଇଥିଲା ।
ଘରକୁ ଫେରିବାକୁ ବିଳମ୍ବ ହେବାରୁ ମା ବହୁତ ଖୋଜା ଖୋଜି କରିଥିଲେ । ପରେ ବୁଦା ମୂଳେ ଝିଅର ଶବ ଦେଖିବା ପରେ ଅବାକ ହୋଇଯାଇଥିଲେ । ପରେ ପାଟିକ ରି ଗାଁ ଲୋକଙ୍କୁ ଡାକିବା ପରେ ଲୋକଙ୍କ ଭିଡ ଜମିଯାଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା ।