ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା । ଏଥିରେ ରାଜ୍ୟରେ ମୋଟ୍ ୩ କୋଟି ୧୮ ଲକ୍ଷ ୭୮୭ ଭୋଟର ଅଛନ୍ତି । ଭୋଟର ତାଲିକାରେ ୫ଲକ୍ଷ ୩୯ହଜାର ୪୫୪ ଭୋଟର ବୃଦ୍ଧି ହୋଇଛନ୍ତି । ୧୧ ଲକ୍ଷ ୯୮ ହଜାର ୮୧୯ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ୬ ଲକ୍ଷ ୫୦ ହଜାର ୩୬୫ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି । ପ୍ରତି ହଜାରେ ପୁରୁଷ ଭୋଟରରେ ମହିଳା ଭୋଟର ୯୪୬ ରହିଛନ୍ତି । ଏ ସଂପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
୧ ଲକ୍ଷ ୮୦ ହଜାର ଭୋଟର ତାଲିକାରୁ ବାଦ ପଡିଛନ୍ତି । ରାଜ୍ୟର ମହିଳା ଭୋଟରଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ପୂର୍ବର ଡ୍ରାଫ୍ଟ ଭୋଟର ତାଲିକାରେ ଏକ ହଜାର ପୁରୁଷ ଭୋଟରଙ୍କ ତୁଳାନାରେ ୯୩୪ ଜଣ ମହିଳା ଭୋଟର ଥିଲେ । ମାତ୍ର ଚୁଡ଼ାନ୍ତ ଭୋଟର ତାଲିକାରେ ଏକ ହଜାର ପୁରୁଷ ଭୋଟର ତୁଳନାରେ ୯୪୬ ଜଣ ଅଛନ୍ତି ମହିଳା ଭୋଟର୍ ।ଭୋଟରଙ୍କ ସହାୟତା ଲାଗି ଟୋଲ ଫ୍ରି ନମ୍ବର ୧୯୫୦ ଜାରି କରାଯାଇଛି । ଅଭିଯୋଗ ଥିଲେ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ନିର୍ବାଚନ କମିସନ କହିଛନ୍ତି । ଏହା ସହ ପ୍ରତି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଭୋଟର ସହାୟତା କେନ୍ଦ୍ର ହେବ । ଏଥର ୩୬,୬୦୬ ବୁଥରେ ଭୋଟ୍ ଦେବେ ଭୋଟର। ଚୁଡାନ୍ତ ଭୋଟର ତାଲିକା ନେଇ ନିର୍ବାଚନ କମିସନଙ୍କ ସୂଚନା ଦେଇଛନ୍ତି ।