ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ପୂର୍ବତନ ଭାରତୀୟ କ୍ରିକେଟର ଜ୍ୟାକବ ମାର୍ଟିନଙ୍କ ଦୁର୍ଘଟଣାରେ ଫୁସଫୁସ ଏବଂ ଯକୃତ କ୍ଷତିଗ୍ରସ୍ତ ହୋଇଛି । ଏଥିପାଇଁ ବହୁତ ଟଙ୍କା ଲାଗିଲାଣି । ଅର୍ଥ ଅଭାବ ଦେଖାଦେବାରୁ ଜ୍ୟାକବଙ୍କ ପତ୍ନୀ ବିସିସିଆଇ ଏବଂ ବହୁ ପୂର୍ବତନ ଖେଳାଳିଙ୍କୁ ସହାୟତା ମାଗିଥିଲେ । ତେବେ ଜ୍ୟାକବଙ୍କୁ ସହାର୍ଯ୍ୟର ହାତ ବଢ଼ାଇବାକୁ ବହୁ ଭାରତୀୟ ପୂର୍ବତନ ଖେଳାଳି ଏବଂ ଯୁବ ଖେଳାଳି ସହଯୋଗର ହାତ ବଢ଼ାଇଛନ୍ତି । ଜାହିର ଖାନ,ଇରଫାନ ପଠାନ,ଆଶିଷ ନେହେରା,ସୌରଭ ଗାଙ୍ଗୁଲି ଏବଂ କୁନାଲ ପାଣ୍ଡ୍ୟାଙ୍କ ଭଳି ବହୁ ଆନ୍ତର୍ଜାତୀୟ ଖେଳାଳି ସହଯୋଗର ହାତ ବଢ଼ାଇଛନ୍ତି ।
ଭାରତୀୟ ପୂର୍ବତନ ଅଧିନାୟ ସୌରଭ ଗାଙ୍ଗୁଲି ଜ୍ୟାକବଙ୍କ ପତ୍ନୀଙ୍କୁ ଫୋନ କରି ସାହାର୍ଯ୍ୟ କରିବାର ପ୍ରତିଶ୍ରୃତି ଦେଇଥିବା ବେଳେ କୁନାଲ ପାଣ୍ଡ୍ୟା ଏକ ବ୍ଳଙ୍କ ଚେକ ଦେଇଛନ୍ତି । ଯାହାକି ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି । ଜାହିର,ଇରଫାନ ଏବଂ ନେହେରା ମଧ୍ୟ ସାହାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୃତି ଦେଇଛନ୍ତି । ସେପଟେ ବିସିସିଆଇ ପକ୍ଷରୁ ୫ ଲକ୍ଷ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ବଡୋଡରା କ୍ରିକେଟ ସଂଘ ମଧ୍ୟ ସହଯୋଗର ହାତ ବଢ଼ାଇଛି । ବଡଡୋରା କ୍ରିକେଟ ସଂଘର ମଧ୍ୟ ବହୁ ଖେଳାଳି ସହାୟତା ପାଇଁ ଆଗଭର ହୋଇଥିବା ଜଣା ପଡିଛି । ଏହି ସବୁ ଖେଳାଳିଙ୍କ ପ୍ରତିଶ୍ରୃତି ପରେ ଜ୍ୟାକବଙ୍କ ପରିବାର ଆଶ୍ୱାସନା ପାଇଛନ୍ତି ।
ଗତ ଡିସେମ୍ବର ୨୮ ତାରିଖରେ ବାଇକରେ ଆସୁଥିବା ବେଳେ ଜ୍ୟାକବଙ୍କର ଦୁର୍ଘଟଣା ହୋଇଥିଲା । ତାଙ୍କୁ ବଡଡୋରାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଜ୍ୟାକବ ଭାରତ ପାଇଁ ୧୦ ଦିନିକିଆ ଖେଳିଥିଲେ । ସେ ଗାଙ୍ଗୁଲିଙ୍କ ଅଧିନାୟକ ସମୟରେ ଦଳରେ ସାମିଲ ଥିଲେ । ସେପଟେ ଘରୋଇ କ୍ରିକେଟରରେ ତାଙ୍କର ବହୁତ ନାଁ ରହିଛି । ସେ ୨୦୦୦-୨୦୦୧ ମସିହାରେ ବଡଡୋରାକୁ ରଣଜିଟ୍ରଫି ମ୍ୟାଚ ଜିତାଇଥିଲେ ।