ପୁରୀ (ଏଟିଆର ବ୍ୟୁରୋ); ଦୀର୍ଘ ୧୧ ଦିନ ଧରି ଚାଲିଥିବା ବରଗଡ ଧନୁଯାତ୍ରାର ସୋମବାର ଯବନୀକା ପଡିଛି । ପ୍ରଭୂ ଶ୍ରୀକୃଷ୍ଣ ମାମୁଁ କଂସଙ୍କୁ ବଧ କରିବା ପରେ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ତେବେ ୧୧ ଦିନ ଧରି କଂସ ଭୂମିକାରେ ଅଭିନୟ କରିଥିବା କଂସ କଳାକାର ମଙ୍ଗଳବାର ପୁରୀ ବେଳା ଭୂମିରେ ସ୍ନାନ କରିଛନ୍ତି । ସ୍ନାନ ପରେ ମହାପ୍ରଭୂଙ୍କ ପାଖରେ ଯାଇ କ୍ଷମା ପ୍ରାର୍ଥନା କରିଛନ୍ତି । ଏହାପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯାଇ ଆଶୀର୍ବାଦ ନେଇଛନ୍ତି ।
ସୋମବାର ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ଧନୁଯାତ୍ରା ଦୀର୍ଘ ୧୧ ଦିନ ଧରି ବରଗଡ ସହର ପାଲଟି ଯାଇଥିଲା ମଥୁରା ନଗରୀ । ଚାଲିଥିଲା କଂସଙ୍କ ରାଜୁତି । ସହରର ସମସ୍ତ କେସକୁ ସମାଧାନ କରୁଥିଲେ ମହାରାଜା କଂସ । ତେବେ ୧୦ମ ଦିନରେ ମଥୁରାପୁରରେ ପାଦ ଥାପିଥିଲେ ଶ୍ରୀକୃଷ୍ଣ । ଭଣଜାଙ୍କୁ ମାରିବା ପାଇଁ ବହୁ ଅସୁରଙ୍କ ପଠାଇଥିଲେ କଂସ । ସେମାନଙ୍କୁ ବଧ କରିବା ପରେ ରଜକୀ,କୁବୁଚାଙ୍କୁ ଉଦ୍ଧାର କରିଥିଲେ ପ୍ରଭୂ । ପରେ ମଥୁରା ନଗରୀରେ ମାମୁଁଙ୍କ ବଧ କରିଥିଲେ ଶ୍ରୀକୃଷ୍ଣ । ଦୀର୍ଘ ୧୧ ଦିନ କଂସ ଭୂମିକାରେ ଅଭିନୟ କରି ପାପ ଅର୍ଜନ କରିଥିବାରୁ ମହାପ୍ରଭୂ ଶ୍ରୀକୃଷ୍ଣଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ଏହି ନୀତି ପୂର୍ବରୁ ରହିଛି ।