ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମଣିଷ ଦେହରେ ଗଛ ଉଠୁଛି । ହାତ, ଗୋଡ ସବୁଠି ମାଡି ଯାଇଛି ଗଛ । ହୁଏତ ଏ କଥାଟାକୁ ଆପଣ ବିଶ୍ୱାସ କରୁନଥିବେ । କିନ୍ତୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବାଂଲାଦେଶରେ । ଜଣେ ଯୁବକଙ୍କ ଦେହରେ ଦିନକୁ ଦିନ ଏହି ଗଛ ବଢ଼ି ଚାଲିଛି । ଟ୍ରି ମ୍ୟାନ ଭାବରେ ଏହି ଯୁବକ ବେଶ ପରିଚିତ ।
ଏ କଥା ନୁହେଁ ଯେ, ଯୁବକଙ୍କର ଏନେଇ ଚିକିତ୍ସା କରାଯାଇନି । ଅପରେସନ କରାଯାଇଥିଲା ହେଲେ ପୁଣି ଦେହରେ ମାଡିଗଲାଣି ଗଛ । ଏଭଳି ଏକ ଅଦ୍ଭୁତ ରୋଗର ଶିକାର ହୋଇଛନ୍ତି ୨୮ବର୍ଷର ଯୁବକ ଆବୁଲ ବାଂଝଦର । ୩ବର୍ଷ ତଳେ ହଠାତ୍ ତାଙ୍କ ଦେହରେ ଗଛ ଚେର ମାଡିଗଲା ଭଳି ଦେଖିବାକୁ ମିଳିଥିଲା । ଯାହାକୁ ଦେଖି କେବଳ ସେ ନୁହଁନ୍ତି ସମସ୍ତେ ଚକିତ ହୋଇଯାଇଥିଲେ । ଏହି ରୋଗରୁ ବର୍ତ୍ତିବାକୁ ସେ ବହୁ ଚେଷ୍ଟା କରିବି ଏବେ ବିଫଳ ହୋଇଛନ୍ତି । ଅପରେସନ ପରେ ଅପରେସନ କରାଯାଉଥିଲେ ବି ରୋଗ କମିବାର ନାଁ ଧରୁନାହିଁ ।
ଡାକ୍ତରଙ୍କ କହିବା କଥା, ଇମ୍ୟୁନ ସିଷ୍ଟମରେ ସମସ୍ୟା ଯୋଗୁ ଏଭଳି ରୋଗ ହୋଇଥାଏ । ଏହା ଏକ ବିରଳ ରୋଗ । ୨୦୧୬ମସିହା ପରେ ଅବୁଲ ୨୫ଟି ଅପରେସନ କରି ସାରିଛି । ହେଲେ ଲାଭ କିଛି ହେଉନି । ରିପୋର୍ଟ ଅନୁସାରେ, ୧୦ବର୍ଷ ବୟସରେ ଅବୁଲ ତାଙ୍କ ଗୋଡରେ ଚେର ଭଳି ଏକ ଅଦ୍ଭୁତ ଜିନିଷ ବଢ଼ୁଥିବା ଲକ୍ଷ୍ୟ କରିଥିଲେ । ଧୀରେ ଧୀରେ ଏହା ହାତକୁ ବ୍ୟାପିଥିଲା । ତେବେ ୨୦୧୬ରୁ ଅବୁଲର ସମସ୍ତ ଚିକିତ୍ସା ସରକାର କରୁଥିବା ଜଣାପଡିଛି ।