କୋଣାର୍କ,(ଏଟିଆର ବ୍ୟୁରୋ): ସାମ୍ବାଦିକତା କମ ବରଂ ଦଲାଲଗିରି ଅଧିକ । ଲୋକଙ୍କ ସମସ୍ୟା ଛାଡି ବାବୁ ଆମର ଏବେ ନେତାଙ୍କ ଚାଟୁକାର ସାଜିଛନ୍ତି । ଆମେ ଏଭଳି ଜଣେ ସାମ୍ମାଦିକଙ୍କ କଥା କହୁଛୁ ଯାହାଙ୍କ କଥା ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ମାଲ ଟିକେ ବୁଲାଇ ପୂରା କୋଣାର୍କ ଅଞ୍ଚଳରେ ରୋବାବ ଦେଖାଉଛନ୍ତି । ଆଗଧାଡିର ଖବର କାଗଜରେ ଥିବା ଯୋଗୁ ଏହି ସାମ୍ବାଦିକ ଜଣଙ୍କ ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । ଶୁଣିବାକୁ ମିଳୁଛି ଜଣେ ବିଧାୟକଙ୍କ ଛତ୍ରଛାୟା ତଳେ ରହିଥିବାରୁ ବାବୁଙ୍କ ତୋଡ ଟିକେ ଅଧିକ ।
ଖାସ ଏଥିପାଇଁ ତ’ ଜିଲ୍ଲାପାଳଙ୍କୁ ଓଲଟା ପ୍ରଶ୍ନ କରି ନାଲି ଆଖି ଦେଖାଇବାକୁ ବି ପଛାଇନାହାନ୍ତି ଏହି କରିତକର୍ମା ସାମ୍ବାଦିକ । ସବୁଠୁ ବଡ଼ କଥା ହେଉଛି ଏ ବାବୁ ଏବେ ରାଜନୈତିକ ଦଳରେ ବି ଯୋଗ ଦେଇ ଭାଷଣ ମାରିଲେଣି । ନିକଟରେ କୋଣାର୍କ ଯାତ୍ରୀ ନିବାସରେ ଅନୁଷ୍ଠିତ ହୋଇଥିଲା ମାଘମେଳା ଲାଗି ଏକ ବୈଠକ । ଯେଉଁଥିରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଉପସ୍ଥିତ ଥିଲେ । ତେବେ ଏଠି ହାଜର ହୋଇ ସାମ୍ବାଦିକ ବାବୁ ଖବର ସଂଗ୍ରହ କରିବେ କ’ଣ ବିଧାୟକ କୁଆଡେ ଗଲେ ବୋଲି ଓଲଟା ପ୍ରଶ୍ନ ଉଠାଇଥିଲେ । ଏତିକିରେ ସରିନଥିଲା ବାବୁଙ୍କ ରୋବାବ । ବିଧାୟକ ନଆସିଲେ ପ୍ରୋଗ୍ରାମ ଏକ ପ୍ରକାର ହେବ ନାହିଁ ବୋଲି ମଧ୍ୟ କହିଥିଲେ । ଭାଷାଗତ ଜ୍ଞାନରୁ ଲାଗୁଥିଲା ବାବୁ ସାମ୍ବାଦିକ ନୁହେଁ ତ’ ବିଧାୟକଙ୍କ ଜଣେ ବଡ଼ ଚାମଚା ।
ଏହି ଘଟଣାକୁ ନେଇ କିଛି ସମୟ ଜିଲ୍ଲାପାଳଙ୍କ ସହ ତାଙ୍କର କଥା କଟାକଟି ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଭରା ପବ୍ଲିକରେ ଜଣେ ସାମ୍ବାଦିକଙ୍କ ଏଭଳି ଉତ୍ପାତ ସମସ୍ତଙ୍କୁ ଚକିତ କରିଥିଲା । ଅଭିଯୋଗ ହୋଇଛି ଆଗଧାଡିର ଖବରକାଗଜରେ ଢ଼େରଦିନ ହେବ ରହିଯିବା ଯୋଗୁ ଏଭଳି ଉତ୍ପାତ ହେଉଛନ୍ତି ସେ । କାହାକୁ ଧମକ ଦେଲେଣି ତ’ ଆଉ କାହାକୁ ତୁଚ୍ଛ ଭାବିଲେଣି । ଏହି ସାମ୍ବାଦିକ ବାବୁଙ୍କ ଲାଗି ଏବେ ଅନ୍ୟ କାର୍ଯ୍ୟରତ ସାମ୍ବାଦିକମାନେ ଏକ ନୟାନ୍ତ ହୋଇପଡିଲେଣି । ସୂଚନାଯୋଗ୍ୟ, ଲୋକଙ୍କ ସମସ୍ୟାକୁ ନେଇ ସରକାରଙ୍କ ପାଖରେ ପହଞ୍ଚାଇବା ହେଉଛି ସାମ୍ବାଦିକତାର ମୂଳ ଲକ୍ଷ୍ୟ । ହେଲେ ଏଭଳି କିଛି ସାମ୍ବାଦିକଙ୍କ ପାଇଁ ଏବେ ଲୋକଟିଏ ନ୍ୟାୟ ପାଇବାରୁ ବଂଚିତ ରହୁଛି । ନେତାମନ୍ତ୍ରୀଙ୍କ ଚାଟୁକାର ସାଜି ଏଭଳି ସାମ୍ବାଦିକ ଲାଲେଲାଲ ହେଉଥିବା ବେଳେ ଅଯଥା ବଦନାମ ହେଉଛନ୍ତି ଲୋକଙ୍କ ପାଇଁ ହରଦମ ନିଷ୍ଠାର ସହ କାମ କରୁଥିବା ବାକି ସାମ୍ବାଦିକ । ଆଶା କରିବୁ ଏହି ରିପୋର୍ଟ ପଢ଼ିବା ପରେ ଏହି ଚାଟୁକାର ସାମ୍ବାଦିକଙ୍କ ବୁଦ୍ଧି ଉଦୟ ହେବ ଆଉ ଚାମଚାଗିରି ଛାଡି ଲୋକଙ୍କ ଲାଗି କାମ କରିବେ ।