ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର । ଶେଷ ହେଲା କାଳିଆ ପାଇଁ ଅପେକ୍ଷା । ଜାନୁଆରୀ ୨୬ରେ ଏଥରକ ଆକାଉଣ୍ଟକୁ ଯିବ ଟଙ୍କା । ପ୍ରାଥମିକ ପର୍ଯ୍ୟାୟରେ ମୋଟ ୧୨ଲକ୍ଷ ୪୫ହଜାର ଲୋକଙ୍କ ଆକାଉଣ୍ଟରେ ଏହି ଟଙ୍କା ଡିପୋଜିଟ କରାଯିବ । ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ପୁରୀରେ ଆୟୋଜିତ କାଳିଆ ସମାବେଶରେ ଏହାର ଶୁଭାରମ୍ଭ ହେବ ।
ସୂଚନାଯୋଗ୍ୟ, କାଳିଆ ଯୋଜନା ଲାଗି ୬୬ଲକ୍ଷ ଲୋକ ସବୁଜ ଫର୍ମରେ ଆବେଦନ କରିଛନ୍ତି । ତେବେ ସେଥିରୁ ଯାଂଚ କରାଯାଇ ମୋଟ ୧୨ଲକ୍ଷ ଚାଷୀଙ୍କ ତାଲିକା ପ୍ରସ୍ତୁତ କାରାଯାଇଛି । ଏହାପରେ ଦ୍ୱୀତିୟ ପର୍ଯ୍ୟାୟ ତାଲିକା ଲାଗି ଆସନ୍ତା ୨୫ରୁ ଫେବ୍ରୁଆରୀ ୫ତାରିଖ ଭିତରେ ପଞ୍ଚାୟତ ସ୍ତରରେ ପୁଣି ତାଲିକା ପସ୍ତୁତ କରାଯିବ । କାଳିଆ ଯୋଜନା ଦ୍ୱାରା ରାଜ୍ୟର ସବୁ ବର୍ଗର ଚାଷୀ ଉପକୃତ ହେବେ ।