କଳାହାଣ୍ଡି (ଏଟିଆର ବ୍ୟୁରୋ): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ମାଷ୍ଟର ଗେମ୍ ଖେଳି ଚାଲିଛନ୍ତି ନବୀନ ସରକାର । ପ୍ରଥମେ ବିଭିନ୍ନ ଯୋଜନା ଏବେ ପୁଣି କଳାହାଣ୍ଡି ଜିଲ୍ଲାର ବହୁ ପ୍ରତିକ୍ଷିତ ଦାବୀ ସରକାରୀ ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ । ଆଜ୍ଞା ହଁ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି ସରକାରୀ ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ବର୍ଷ ୨୦୧୮ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ମେଡିକାଲ ପାଇଁ ଭଙ୍ଗାବାରୀ ଠାରେ ଘୋଷଣା କରିଥିଲେ । ନିର୍ବାଚନର ଗୋଟେମାସ ପୂର୍ବରୁ ସେ ତାଙ୍କର ଦବ୍ ଦବା ଦେଖାଇ କଲେଜ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେଥିପାଇଁ ପୂର୍ତ୍ତ ବିଭାଗ ତତ୍ୱାବଧାନରେ ୩୪.୯୯ ଏକର ଜମି ଉପରେ ଟାଟା ପ୍ରୋଜେକ୍ଟ, ଏହାକୁ ୨୨୦.୭୪ ଟଙ୍କା ବିନିଯୋଗରେ ୨୪ ମାସ ଭିତରେ ଯେପରି କାମ ସରିବ ସେନେଇ ଟାର୍ଗଟ ଦିଆଯାଇଛି । ଏହାସହିତ ବେଦାନ୍ତ ୧୦୦ କୋଟି ଦେଲେ ଆସନ୍ତା ମାର୍ଚ୍ଚ ମାସରୁ ହଷ୍ଟେଲ ଆରମ୍ଭ ହେବ ।
ସେପଟେ ନିର୍ବାଚନ ପୂର୍ବରୁ କଳାହାଣ୍ଡିରେ ସରକାରୀ ମେଡିକାଲ କଲେଜ କାର୍ଯ୍ୟ ଆରମ୍ଭକୁ ନେଇ ବିଭିନ୍ନ ରାଜନୈତିକ ମହଲ ସରଗରମ ହୋଇ ଉଠିଛି । ଯଦି କଳାହାଣ୍ଡିରେ କଲେଜ ପ୍ରତିଷ୍ଠା ହୋଇଯାଏ ତେବେ ଲୋକେ ଅତ୍ୟଧିକ ଖର୍ଚ୍ଚାନ୍ତରୁ ବଞ୍ଚିତ ହେବେ । କାରଣ କଳାହାଣ୍ଡି ଜିଲ୍ଲା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପାଇଁ ଲୋକେ ଛତିଶଗଡ ଏବଂ ଆନ୍ଧ୍ର ଉପରେ ନିର୍ଭରଶୀଳ ।