ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁପ୍ରିମକୋର୍ଟ ଦ୍ୱାରା ଗଠିତ ପ୍ରଶାସକ ସମିତି (ସିଓଏ) ଗୁରୁବାର ଦିନ ଟିମ୍ ଇଣ୍ଡିଆ ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲଙ୍କ ଉପରୁ ଜରୁରୀକାଳୀନ ପ୍ରଭାବରେ ନିଲମ୍ବନ ହଟାଇ ଦେଇଛନ୍ତି ।
ଏହାପରେ ବିଳମ୍ବିତ ରାତିରେ ବୋର୍ଡ ପକ୍ଷରୁ ଘୋଷଣା କରାଗଲା କି, ନ୍ୟୁଜଲ୍ୟାଣ୍ଡରେ ଜାରିଥିବା ୱାନଡେ ସିରିଜ୍ ରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳରେ ସାମିଲ ହେବେ । ଏହାସହିତ ରାହୁଲ ଇଂଲଣ୍ଡ ବିପକ୍ଷରେ ଭାରତ-ଏ ପାଇଁ ଖେଳିବେ ।
ସୁଚନାଯୋଗ୍ୟ, କରଣ ୱିଥ୍ କଫି ସୋ’ରେ ପାଣ୍ଡ୍ୟା ଏବଂ ରାହୁଲ ମହିଳାଙ୍କୁ ନେଇ କହିଥିବା ଆପତ୍ତିଜନକ ଟିପ୍ପଣୀ ପାଇଁ ତାଙ୍କୁ କ୍ରିକେଟ ଦଳରୁ ନିଲମ୍ବିତ କରାଯାଇଥିଲା ।
ବିସିସିଆଇ ତାଙ୍କ ବୟାନରେ କହିଛନ୍ତି କି, ସିଓଏ ଦ୍ୱାରା ନିଲମ୍ବନ ହଟାଯିବା ପରେ ସିନିୟର ସିଲେକ୍ସନ କମିଟି ନିଷ୍ପତ୍ତି ନେଇଛି କି ହାର୍ଦ୍ଦିକ ନ୍ୟୁଜଲ୍ୟାଣ୍ଡରେ ଭାରତୀୟ ଦଳରେ ଯୋଗ ଦେବେ । ସେହିପରି କେଏଲ ରାହୁଲ ଇଂଲଣ୍ଡ ଲୟଂସ ବିପକ୍ଷରେ ଭାରତ ପାଇଁ ଖେଳିବେ । ସେଥିପାଇଁ ଆଜି ପାଣ୍ଡ୍ୟା ନ୍ୟୁଜଲ୍ୟାଣ୍ଡ ଅଭିମୁଖେ ଯାତ୍ରା କରିବେ ।
ପାଣ୍ଡ୍ୟା ଏବଂ ରାହୁଲଙ୍କ ଉପରୁ ନିଲମ୍ବନ ହଟାଇବାର ନିଷ୍ପତି ନ୍ୟାୟପାଳିକା ପି ଏସ ନରସିଂହାଙ୍କ ସହମତି କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ୧୧ ର ନିଲମ୍ବନ ଆଦେଶକୁ ଲୋକପାଳ ନିଯୁକ୍ତି ଏବଂ ତାଙ୍କ ଦ୍ୱାରା ନିଷ୍ପତି ନିଆଯିବା ଯାଏଁ ତୁରନ୍ତ ପ୍ରଭାବ ଦ୍ୱାରା ହଟାଇ ଦିଆଗଲା ।
ହୁଏତ ଏହି ମାମଲାରେ ତଦନ୍ତ ହେବ, ସୁପ୍ରିମକୋର୍ଟକୁ ଲୋକପାଳ ନିଯୁକ୍ତି କରିବାକୁ ପଡିବ । ଏହି ମାମଲରେ ଅଦାଲରେ ଫେବୃଆରୀ ୫ରେ ଶୁଣାଣି ହେବ । ଯଦି କର୍ଣ୍ଣାଟକ ରଣଜୀ ଟ୍ରଫି ଫାଇନାଲରେ ପହଁଚି ଯାଏ ତେବେ ୨୬ ବର୍ଷିୟ ରାହୁଲ ସେହି ମ୍ୟାଚରେ ମୟଙ୍କ ଅଗ୍ରୱାଲଙ୍କ ସହିତ ପାଳି ଆରମ୍ଭ କରିପାରିବେ ।
ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲ ‘କଫି ୱିଥ୍ କରଣ’ ଟିଭି ସୋ’ରେ ମହିଳାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ , ଯେଉଁଥିପାଇଁ ଚାରିଆଡେ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହୋଇଥିଲା ।
ସିଓଏ ର ସଦସ୍ୟା ଡାୟନା ଚାହୁଁଥିଲେ କି ଏହି ଦୁଇ କ୍ରିିକେଟରଙ୍କ ଭାଗ୍ୟର ନିଷ୍ପତି କରିବାରେ ବିସିସିଆଇର କୌଣସି ଅଧିକାରୀ ସାମିଲ ହେବା ଆବଶ୍ୟକ । କିନ୍ତୁ ସିଓଏ ପ୍ରମୁଖ ବିନୋଦ ରାୟ ତାଙ୍କ ପ୍ରସ୍ତାବକୁ ନାମଞ୍ଜୁର କରି ଦେଇଥିଲେ, କାରଣ ଏହା ବୋର୍ଡ ବିରୋଧରେ ସାମ୍ବିଧାନିକ ନିୟମ ଭଙ୍ଗ ।