ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବେ ଡ୍ରୋନ କ୍ରାନ୍ତି ତିଆରି କରିବାରେ ଲାଗି ପଡିଛି । ଦେଶରେ ନୂତନ ଜାରି କରାଯାଇଥିବା ଆଡଭାନ୍ସ ଡ୍ରୋନ ଅପରେଟର ଟୁଲକିଟର ପାଇଲଟ ପରୀକ୍ଷଣ କରିବାର ପ୍ରଥମ ରାଜ୍ୟ ହେଉଛି ଆନ୍ଧ୍ରପ୍ରଦେଶ ।
ଆନ୍ଧ୍ରପ୍ରଦେଶ ସରକାର ଶୁକ୍ରବାର ଦାବୋସଠାରେ ବିଶ୍ୱ ଆର୍ଥିକ ମଞ୍ଚ ୨୦୧୯ ସମ୍ମିଳନୀରେ ଏହାର ଘୋଷଣା କରିଛନ୍ତି । ସେ କହିଛନ୍ତି କି ନୂଆ ଟୁଲକିଟରେ ବିକସିତ ନୀତିଗତ ଢାଞ୍ଚାର ପରୀକ୍ଷଣ କରିବେ । ଯାହାଦ୍ୱାରା ସାରା-ରାଜ୍ୟରେ ଡ୍ରୋନ୍ ସହାୟତାରେ ଡେଲିଭରୀ ପରିଚାଳନା ଆରମ୍ଭ କରାଯିବ ।
ରାଜ୍ୟର ସୂଚନା ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଲୋକେଶ ନାରା କହିଛନ୍ତି କି ରାଜ୍ୟର ଆଡଭାନ୍ସ ଡ୍ରୋନ ପରିଚାଳନା ଟୁଲକିଟ ର କାର୍ଯ୍ୟ କରିବାକୁ ଗୌରବ ମିଳିଛି । ଏଭଳି କରିବାର ଏହା ପ୍ରଥମ ରାଜ୍ୟ । ସେ ଆହୁରୀ କହିଛନ୍ତି କି ଟୁଲକିଟରୁ ମିଳିଥିବା ସୂଚନାକୁ ବ୍ୟବହାର କରି ଡ୍ରୋନ ଅପୂର୍ତ୍ତି କାର୍ଯ୍ୟକ୍ରମ ଲାଗୁ କରିବାରେ ପ୍ରସ୍ତୁତ । ଏହାଦ୍ୱାରା ରାଜ୍ୟରେ ଜରୁରୀକାଳୀନ ମେଡିକାଲ ସେବା ପରିଚାଳନା ହୋଇପାରେ ।
ଦାବୋସରେ ଚାଲିଥିବା ବିଶ୍ୱ ଆର୍ଥିକ ମଂଚରେ ସପ୍ତାହରେ ଚାରିଦିନ କାମ କରିବାର ବିଚାର ସାମ୍ନାକୁ ଆସିଛି । ଏହାକୁ ନେଇ ସକରାତ୍ମକ ଏବଂ ନକରାତ୍ମକ ଦୁଇଟି ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହା ଭଲ ବିଚାର ବୋଲି ମନୋବୈଜ୍ଞାନିକ ଏଡମ ଗ୍ରାଣ୍ଟ କହିଛନ୍ତି ।
ସେ କହିଛନ୍ତି କି ଯଦି ଆମେ କାମର ସମୟକୁ କମ୍ କରୁଛେ ତେବେ ଏହାଦ୍ୱାରା ଲୋକଙ୍କୁ ଅଧିକ ପ୍ରଭାବଶାଳୀ ଢଙ୍ଗରେ ନିଜ କାମରେ ଧ୍ୟାନ ଦେବାରେ ସହାୟକ ମିଳିବ । ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଏବଂ ଐତିହାସିକ ରୁଗେର ବି ଏହାକୁ ସମର୍ଥନ କରିଛନ୍ତି ।
ଏହାସହିତ ୭୫ଟି ଦେଶର ମନ୍ତ୍ରୀ ଟେକ୍ନୋଲୋଜୀ ବୈଦ୍ଧିକ ଦଖଲ ମଧ୍ୟରେ ବୈଶଇକ ଇ-କମର୍ସ ନିୟମକୁ ପ୍ରସ୍ତୁତ କରିବା ପାଇଁ ବାର୍ତ୍ତା ଆରମ୍ଭ କରାଯାଇଛି । ଏହାର ଘୋଷଣା ୟୁରୋପୀୟ ସଂଘର ଶୀର୍ଷ ବ୍ୟାପାର ଅଧିକାରୀ ସେସିଲିୟା ମାଲ୍ମଷ୍ଟ୍ରୋମ କହିଛନ୍ତି । ଏଥିରେ ଦୁନିଆରେ ଦୁଇଟି ବଡ ଅର୍ଥବ୍ୟବସ୍ଥା ଆମେରିକା ଏବଂ ଚୀନ ସାମିଲ ଅଛି ।