ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଆଜି ୭୦ତମ ଗଣତନ୍ତ୍ର ଦିବସ ପାଳନ କରିଛି । ଏହି ଅବସରରେ କ୍ରିକେଟ ଜଗତର ଦିଗଜ୍ ଖେଳାଳୀମାନେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । କିଛି କ୍ରିକେଟର ଦେଶବାସୀଙ୍କୁ ଏଭଳି ପଦକ୍ଷେପ ନେବା ପାଇଁ ଅପିଲ କରିଛନ୍ତି, ଯାହାଦ୍ୱାରା ଦେଶ ଆଗାମୀ ସମୟରେ ଖୁବ୍ ଜୋରରେ ବିକାଶ ହୋଇପାରେ । ତେବେ ଆସନ୍ତୁ ଜାଣିବା ଭାରତୀୟ ଖେଳାଳୀମାନେ ଦେଶବାସୀଙ୍କୁ କିଭଳି ଅନ୍ଦାଜରେ ଗଣତନ୍ତ୍ର ଦିବସର ଶୁଭକାମନା ଜଣାଇଛନ୍ତି ।
କ୍ରିକେଟ ଜଗତର ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଲେଖିଛନ୍ତି କି, ‘ସମସ୍ତଙ୍କୁ ଗଣତନ୍ତ୍ର ଦିବସର ଶୁଭକାମନା ଆଜିର ଶୁଭ ଦିନରେ ଆମେ ସମସ୍ତେ ମିଶି ଏକ ଭଲ ନିଷ୍ପତି ନେବା ଉଚିତ୍ ଯେଉଁଥିରେ ମଜବୁତ୍ , ସ୍ୱସ୍ଥ୍ୟ ଏବଂ ସମୃଦ୍ଧ ଭାରତ ଭାବେ ଗଢି ଉଠିବ’ ।
ଚେତେଶ୍ୱର ପୂଜାରୀ ଟ୍ୱିଟ୍ କରି କହିଛନ୍ତି କି, ‘ଆମକୁ ନିଜର ଫ୍ରିଡମ ଫାଇଟର୍ସଙ୍କ ବଳିଦାନକୁ ମନେ ରଖିବା କଥା । ତାଙ୍କ ଦ୍ୱାରା ଦର୍ଶାଯାଇଥିବା ରାସ୍ତାରେ ଚାଲି ଦେଶକୁ ଦିନ ଦିନ ଭଲ କରିବା ଉଚିତ୍ । ଗଣତନ୍ତ୍ର ଦିବସର ଶୁଭକାମନା’ ।
ସେହିପରି ଭାରତୀୟ ହକି ଦଳର ଅଧିନାୟକ ରାଣୀ ରାମପାଲ ଗଣତନ୍ତ୍ର ଦିବସର ଶୁଭକାମନା ଜଣାଇ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ତ୍ରରଙ୍ଗା ଧରିଥିବାର ନଜର ଆସୁଛନ୍ତି ।
ଖେଳ ରାଜ୍ୟମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଭାରତକୁ ଶୁଭକାମନା ସନ୍ଦେଶ ଦେଇଛନ୍ତି । ସେ ଲୋକଙ୍କ ସହ ମିଶି ମଜବୁତ ଏବଂ ସୁନ୍ଦର ଭାରତ ଗଢିବା ପାଇଁ ଅପିଲ କରିଛନ୍ତି । ଏହାସହିତ ସେ ଗର୍ବର ସହିତ ଜୟ ହିନ୍ଦ ଏକା ସ୍ୱରରେ କହିବା ପାଇଁ ମଧ୍ୟ କହିଛନ୍ତି ।