ଗଞ୍ଜାମ (ଏଟିଆର ବ୍ୟୁରୋ); ସାତ ଜନମ ପାଇଁ ସାଥୀ ହୋଇ ରହିବା ପାଇଁ ଅଗ୍ନି ଦେବତାଙ୍କ ଆଗରେ ଶପଥ କରି ସିନ୍ଦୁର ଦେଇଥିବା ସ୍ୱାମୀ ଶେଷରେ ମାରିଦେଲା ନିଜର ଧର୍ମ ପତ୍ନୀକୁ । ଅତି ଅମାନୁସିକ ଭାବରେ ନୃଂଶସ ହୋଇ ପଥରେ ଛେଚି ସ୍ତ୍ରୀକୁ ମାରିଲା ବେଇମାନ ସ୍ୱାମୀ । ପୋଲିସ ଏହି ଖବର ପାଇବା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ସେପଟେ ମହିଳାଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ପୋଲିସ ।
ତେବେ ଏଭଳି ଏକ ଅଭାବନୀୟ ଘଯଣା ଘଟିଛି ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁରେ । ଗାଁର ବାବୁଲା ସେନାପତି(୪୨) ନିଜ ସ୍ତ୍ରୀ ନିଶାରାଣୀ ସେନାପତିଙ୍କୁ (୩୬)ଖଣ୍ଡେ ପଥରରେ ଛେତି ମାରି ଦେଇଛି । ତେବେ ବାବୁଲା ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ବୋଲି ଜଣା ପଡିଛି । ପାରିବାରିକ କହଳ କାରଣରୁ ଏଭଳି ହୋଇଥିବା ଅନୁମାନ କରାଯାଇଛି । ପଡୋଶୀଙ୍କ କହିବା ଅନୁଯାୟୀ ଏମାନେ ଦୀର୍ଘଦିନ ହେବ ପାଟିତୁଣ୍ଡ କରୁଥିଲେ । ଘରେ ସବୁବେଳେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗି ରହୁଥିଲା ।
ସୋମବାର ସକାଳ ପ୍ରାୟ ୮.୩୦ ହେବ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ଝଗଡା ହୋଇଥିଲା । ପ୍ରଥମେ ଦୁହିଁଙ୍କ ମଧ୍ୟରେ ହାତା ହାତି ହୋଇଥିଲା । ଏହି ଝଗଡା ଧିରେ ଧିରେ ତିବ୍ର ହେବାରେ ଲାଗିଥିଲା । ବାବୁଲାଙ୍କ ମୁଣ୍ଡରେ ପିତ ଚଢ଼ି ଯାଇଥିଲା । ଶେଷରେ ହିତାହିତ ଜ୍ଞାନ ହରାଇ ନିଶାରାଣୀଙ୍କୁ ଘରେ ଅଗଣାରେ ପଡିଥିବା ଏକ ପଥର ଖଣ୍ଡରେ ଛେଚି ଛେଚି ମାରି ଦେଇଥିଲା । ନିଶାଙ୍କ ପାଟି ଶୁଣି ସାଇ ପଡିଶା ଏବଂ ଲୋକ ଆସିବା ବେଳକୁ ସବୁ ସରି ଯାଇଥିଲା । ଜୋରରେ ଆଘାତ ହେବା ଫଳରେ ପ୍ରାଣ ଛାଡି ଯାଇଥିଲା ।
ଗାଁ ଲୋକ ପୋଲିସକୁ ଖବର ଦେବା ପରେ ଗାଁକୁ ଆସି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ସେପଟେ ଅଭିଯୁକ୍ତ ସ୍ୱାମୀ ବାବୁଲା ସେନାପତିଙ୍କୁ ଗିରଫ କରି ପଚରା ଉଚରା କରୁଛି ପୋଲିସ । ପାରିବାରିକ କଳହରୁ ମାରି ଦେଇଥିବା ପୋଲିସ ଆଗରେ ମାନିଛି ଅଭିଯୁକ୍ତି ବାବୁଲା । ତେବେ ଅଧିକ ତଥ୍ୟ ପାଇଁ ଚମାଖଣ୍ଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ନିଶାରାଣୀଙ୍କ ମୃତ୍ୟରେ ତାଙ୍କ ବାପ ଘର ଲୋକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ବାବୁଲାଙ୍କୁ କଠୋର ଦଣ୍ଡ ଦେବା ପାଇଁ ପୋଲିସ ଆଗରେ ଗୁହାରି କରିଛନ୍ତି ନିଶାରାଣୀଙ୍କ ଭାଇ ।