ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋମବାର ଫ୍ୟାନ୍ସଙ୍କୁ ବିଶ୍ୱାସ ଜତାଇଛନ୍ତି । ସେ କହିଛନ୍ତି କି ମହିଳାଙ୍କ ପ୍ରତି ଅରୁଚିକର ବୟାନ ଦେଇ ନିଲମ୍ବିତ ହୋଇ ବିବାଦରେ ରହିବା ପରେ ସଫଳତାର ସହ ଫେରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଭଲ କ୍ରିକେଟର ହୋଇ ବହୁତ ଉପରକୁ ଉଠିବେ ।
ବିବାଦୀୟ ବୟାନ ପାଇଁ ପାଣ୍ଡ୍ୟାଙ୍କୁ ଏବେ ବି ଅସୁବିଧାର ସମ୍ନା କରିବାକୁ ପଡିବ । କିନ୍ତୁ ସୋମବାର ନ୍ୟୁଜଲାଣ୍ଡରେ ହେଉଥିବା ତୃତୀୟ ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ଖୁବ୍ ସାନନ୍ଦାର ଥିଲା ।
ପାଣ୍ଡ୍ୟା ଏବଂ ରାହୁଲ ଙ୍କ ବିବାଦୀୟ ବୟାନ ପାଇଁ ନିନ୍ଦା କରୁଥିବା କୋହଲି ସୋମବାର ପାଣ୍ଡ୍ୟାଙ୍କୁ ପ୍ରଶଂସା କରିଛନ୍ତି । ତୃତୀୟ ମ୍ୟାଚରେ ବିଜୟୀ ହେବା ପରେ କୋହଲି କହିଛନ୍ତି କି ଜୀବନର ଏଭଳି ସ୍ଥିତିରେ ଗତିକରିବା ପାଇଁ ଦୁଇଟି ଉପାୟ ରହିଛି । ହୁଏତ ଏହି ପରିସ୍ଥିତିରେ ଆପଣ ଭାଙ୍ଗି ଯାଇଥାନ୍ତି ନଚେତ୍ ଉଚିତ୍ ଶିକ୍ଷା ନେଇ ଏହାକୁ ସଠିକ୍ କରିବା ଲାଗି ପ୍ରେରଣା ଭାବିଥାନ୍ତି ।
କୋହଲି କହିଛନ୍ତି କି , ‘କ୍ରିକେଟରଙ୍କ ପାଇଁ ଖେଳ ଠାରୁ ଅଧିକ କିଛି ନାହିଁ । ଆପଣ ନିଜର ସମସ୍ତ ଶକ୍ତି ଖେଳରେ ଲଗାଇ ଦେଇଥାନ୍ତି , ଯଦି ଆପଣ ଖେଳକୁ ସମ୍ମାନ କରନ୍ତି ତେବେ ଏହାର ବଦଳରେ ଖେଳ ବି ଆପଣଙ୍କର ସମ୍ମାନ କରେ । ଏହା କୌଣସି ରାକେଟ ବିଜ୍ଞାନ ନୁହେଁ । ’
କୋହଲି ଆହୁରୀ ମଧ୍ୟ କହିଛନ୍ତି କି, ପାଣ୍ଡ୍ୟା କ୍ରିକେଟ ମଇଦାନକୁ ଫେରି ଏହି ମ୍ୟାଚରେ ନିଜର ଉକ୍ରଣ୍ଠା ଦେଖାଇଛନ୍ତି । ସେ ନିଜକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି । ଆପଣମାନଙ୍କୁ କିଛି ଅତିରିକ୍ତ ଭାବେ କରିବାର ଆବଶ୍ୟକ ନାହିଁ । ଯାହା ବି ତାଙ୍କଠାରୁ ସକରାତ୍ମକ ଭାବେ ବାହାରିବ ପାଣ୍ଡ୍ୟା ତାଙ୍କ ଜୀବନରେ ସଫଳତା ହାସଲ କରି ପାରିବେ । ଏଭଳି ପରିସ୍ଥିତି ଅତୀତରେ ଆମେମାନେ ଅନେକ କ୍ରିିକେଟରଙ୍କ ସାଥୀରେ ହୋଇଥିବାର ଦେଖିଛୁ । ମୁଁ ଆଶା କରୁଛି ସେ ଠିକ୍ ରାସ୍ତାରେ ଯିବେ ଏବଂ ବହୁତ ଭଲ କ୍ରିକେଟର ହୋଇ ବାହାରିବେ ।