ନୂଆଦିଲ୍ଲୀ (ମେଲବର୍ଣ୍ଣ); ଆସନ୍ତା ୨୦୨୦ ଟି-୨୦ ବିଶ୍ୱକପ ପାଇଁ ଧାର୍ଯ୍ୟ ହେଲା ତାରିଖ । ୧୨ ଟି ଶକ୍ତିଶାଳୀ ଦଳକୁ ନେଇ ଦୁଇଟି ଗ୍ରୃପରେ ଆୟୋଜତ ହେବ ଏହି ଟୁର୍ଣ୍ଣାମେଣ୍ଟ । ତେବେ କ୍ରିକେଟର ଏହି ମହାକୁମ୍ଭ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ । ୧୨ ଦଳ ମଧ୍ୟରୁ ୮ଟି ଟିମ ଘୋଷଣା ହୋଇ ସାରିଛି । ବାକି ୪ଟି ଦଳ କ୍ୱାଲିଫାଇ ହେବା ପରେ ସାମିଲ ହେବେ । ଗ୍ରୃପ-ଏ ରେ ରହିଛି ଟିମ ଇଣ୍ଡିଆ । ଏଥିରେ ରହିଛନ୍ତି ଇଂଲଣ୍ଡ,ଦକ୍ଷିଣ ଆଫ୍ରିକା ଏବଂ ଆଫଗାନୀସ୍ଥାନ । ସେପଟେ ଗ୍ରୃପ-ବି ରେ ରହିଛନ୍ତି ଅଷ୍ଟ୍ରେଲିଆ,ନ୍ୟୁଜିଲାଣ୍ଡ,ପାକିସ୍ଥାନ ଏବଂ ୱେଷ୍ଟଇଣ୍ଡିଜ ।
୨୦୨୦ ମସିହା ଅକ୍ଟୋବର ୨୪ ତାରିଖରୁ ଆରମ୍ଭ ହେବ ଏହି ବହୁ ଚର୍ଚ୍ଚିତ ଟୁର୍ଣ୍ଣାମେଣ୍ଟ । ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ନଭେମ୍ବର ୧୧ ଏବଂ ୧୨ ତାରିଖରେ ସିଡନୀ ଆଲିଲେଡରେ ସେମିଫାଇନାଲ ହେବ । ଐତିହାସିକ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହେବ ।
ଭାରତ ଭଲ ଶକ୍ତିଶାଳି ଗ୍ରୃପରେ ସାମିଲ ହୋଇଛି । ଏଣୁ ଭାରତ ପାଇଁ ପ୍ରତିଟି ମ୍ୟାଚ ସଙ୍ଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଇଛି । ଭାରତୀୟ ଦଳର ଖେଳାଳିମାନେ ଭଲ ଫର୍ମରେ ଅଛନ୍ତି । ଏବଂ ଯୁବ ଖେଳଳାଳି ମାନେ ମଧ୍ୟ ସ୍ଥାନ ପକ୍କା କରିଛନ୍ତି । ନିକଟରେ ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ହରାଇ ଇତିହାସ ରଚିଛି ଭାରତ । ଏଣୁ ସେଠାରେ ବିଶ୍ୱକପ ହେଲେ ଭାରତୀୟ ଖେଳାଳିମାନେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ ।
ଅଷ୍ଟ୍ରେଲିଆରେ ବିଶ୍ୱକପ ଆୟୋଜିତ ହେଉଥିବାରୁ କଙ୍ଗାରୁ ବାହିନୀର ପଲ୍ଲା ଭାରି ରହିବ ବୋଲି ସୂଚନା ଦେଇଛନ୍ତି କ୍ରିକେଟ ବିଶେଷଜ୍ଞମାନେ । ଦିନିକିଆ ବିଶ୍ୱକପ ଅଷ୍ଟ୍ରେଲିଆ ୫ଥର ଜିତିଥିଲେ ମଧ୍ୟ ଟି-୨୦ ବିଶ୍ୱକପ ଜିତିନାହିଁ । ଏଣୁ ଏଥର ଘରୋଇ ମାଟିରେ ଅନୁଷ୍ଠିତ ହେଉଥିବାରୁ ଦଳ ଟାଇଟଲ ହାତେଇବ ବୋଲି ଆଶା କରାଯାଇଛି । ତେବେ ଅଷ୍ଟ୍ରେଲିଆ ଯେଉଁ ଗ୍ରୃପରେ ରହିଛି ସେହି ଗ୍ରୃପରେ ବହୁତ ଶକ୍ତିଶାଳି ରହିଛି । ପୂର୍ବ ବିଶ୍ୱକପ ବିଜେତା ୱେଷ୍ଟଇଣ୍ଡିଜ ଏବଂ ପାକିସ୍ଥାନ ଭଳି ଶକ୍ତିଶାଳି ରହିଛନ୍ତିି ଏଣୁ କଡା ଟକ୍କର ହେବ ।
ଚଳିତ ବର୍ଷ ଶ୍ରୀଲଙ୍କା ଭଳି ଦେଶ ସ୍ଥାନ ପାଇନାହିଁ । ଶ୍ରୀଲଙ୍କା ବିଶ୍ୱକପରେ ଭାଗ ନେବା ପାଇଁ ହେଲେ କ୍ୱାଲିଫାଇ ହେବାକୁ ପଡିବ । ଶ୍ରୀଲଙ୍କା ସହ ଆୟାରଲାଣ୍ଡ ଏବଂ ନେଦରଲାଣ୍ଡ ଭଳି ଦେଶ ମଧ୍ୟ ଏହି କ୍ୱାଲିଫାଇ ମ୍ୟାଚରେ ସଘଂର୍ଷ କରିବେ । ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ମହିଳା ଏବଂ ପୁରଷ ବର୍ଗ ଗୋଟିଏ ଦେଶରେ ଅଲଗା ଅଲଗା ସମୟରେ କରିବାକୁ ଯାଉଛି ଆଇସିସି ।