ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିର୍ବାଚନ ଯେତିକି ପାଖଉଛି ଅଡୁଆ ସେତିକି ଘନଉଛି । ଭୋଟରଙ୍କ ମନ ମୋହିବା ପାଇଁ ସମସ୍ତ ନେତା କଳ ଏବଂ ବଳ ଲଗାଇ ଦେଇଛନ୍ତି । ତେବେ ଏକ ଘଟଣା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ସାଧାରଣରେ ଚର୍ଚ୍ଚା ହେଉଛି କି କେନ୍ଦ୍ର ସରକାର ମୋଦି ବନାମ ରାଜ୍ୟ ସରକାର ନବୀନ ଲଢ଼େଇ ଚାଲିଛି । ଗତକାଲି ଏଏନଆଇ ପକ୍ଷରୁ ସୂଚନା ଦିଆ ଯାଇଥିଲା କି ଓଡିଶାର ଦୁଇ ଟାଣୁଆ ନେତା ଅଥବା ବିଜେଡିର ପାୱାର କରିଡରରେ ଥିବା ଦୁଇ ବରିଷ୍ଟ ନେତା ଅତନୁ ସବ୍ୟସଚୀ ଏବଂ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ କରିଛି । ସେପଟେ ବିଜେପିର ଦୁଇ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର ଏବଂ ଗୋଲେଖ ମହାପାତ୍ରଙ୍କୁ ପୋଲିସ ସମନ ଜାରି କରିଛି ।
ରାଜ୍ୟରେ ଚିଟଫଣ୍ଡ ମାମଲାରେ ବହୁତ କ୍ଷତିଗ୍ରସ୍ତ ହୋଇଛି । ଏଥିରେ ବିଜେଡିର ବହୁ ନେତାଙ୍କ ନାଁ ସମ୍ପୃକ୍ତଥିଲା । ଏବଂ କେତେ ଜଣ ନେତା ମଧ୍ୟ ଜେଲ ଯାଇ ବେଲରେ ଆସିଛନ୍ତି । ତେବେ ଏହି ଚିଟଫଣ୍ଡ ଘଟଣା କିଛି ଦିନ ହେବ ବନ୍ଦ ଥିଲା । ମାତ୍ର ନିର୍ବାଚନ ପାଖେଇ ଆସୁଥିବାରୁୁ ସିବିଆଇ ଦୁଇ ବିଜେଡି ନେତାଙ୍କୁ ନୋଟିସ ପଠାଇବା ପରେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛି ବିଜେଡି । ବିଜେଡିର ଲୋକ ପ୍ରିୟତାକୁ ହାନୀ କରିବା ପାଇଁ ବିଜେପି ସରକାର ଏପରି କରିଛି ।
ସେପଟେ ବ୍ରହ୍ମପୁର ଯୁବ କାଉନସିଲର ଲକ୍ଷ୍ମୀଦତ ପ୍ରଧାନ ହତ୍ୟା ମାମଲାରେ ଓଡିଶା ପୋଲିସ ପକ୍ଷରୁ ବିଜେପି ଦୁଇ ନେତାଙ୍କୁ ସମନ ଜାରି କରା ଯାଇଛ। ଭୃଗୁବକ୍ସି ପାତ୍ର ଏବଂ ଗୋଲେଖ ମହାପାତ୍ର ଛତ୍ରପୁର ଥାନାରେ ହାଜର ହେବା ପାଇଁ ନୋଟିସ କରିଛି । ଏଣୁ ବିଜେପି କହିଛି କି ବିଜେଡି ଭୟରେ ଇର୍ଷା ପରାୟଣ ହୋଇ ପୋଲିସ ସହାୟତାରେ ବିଜେପି ନେତାଙ୍କୁ ଥାନାକ ୁଡକାଇ କଳଙ୍କ ଲଗାଉଛି ।
ସେପଟେ ବିଜେପି-ବିଜେଡି କଳିରେ ଏଣ୍ଟି ମାରିଛି କଂଗ୍ରେସ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦୁର୍ନୀତି ଗ୍ରସ୍ତ । ଉଭୟ ଦେଶ ଏବଂ ରାଜ୍ୟକୁ ଖୋଳ କରିବାରେ ଲାଗିଛନ୍ତି । ନିର୍ବାଚନ ପାଖେଇ ଆସୁଥିବାରୁ ଦୁହେଁ ଦୁହିଁଙ୍କର ଗୁମର ଖୋଲୁଛନ୍ତି । ଯଦି ତୁମେମାନେ ଏତେ ଭଲ ବୋଲି କହୁଛ ତେବେ ଆଗରୁ କୋଉଠି ଶୋଇଥିଲ ବୋଲି ପ୍ରଶ୍ନ କରିଛନ୍ତିି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ଉଭୟଙ୍କ ମଧ୍ୟରେ ସଲାସୁତରା ହୋଇ ସବୁ କାମ ଚାଲିଛି । ତେବେ କୌଣସି କାରଣରୁ ତିକ୍ତତା ହୋଇଥିବାରୁ ଉଭୟ ଉଭୟଙ୍କ ଗୁମର ପଦାରେ ପକାଉଛନ୍ତି । କିନ୍ତୁ ଜନତା ଜାଣି ସାରିଛନ୍ତି କିଏ କଣ? ଆଉ କିଏ ଲୋକଙ୍କ ପାଇଁ କାମ କରୁଛି । ଏଣୁ ଆସନ୍ତା ନିର୍ବାଚନରେ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ଲୋକ ଉଚିତ ସରକାରକୁ ବାଛିବେ । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ବିଜେପି ଏବଂ ବିଜେଡି କାଦୁଅ ଫିଙ୍ଗା ଫିଙ୍ଗିରେ କଂଗ୍ରେସ ବାଜି ମାରି ଦେବନି କି!