ନୂଆଦିଲ୍ଳୀ (ଏଟିଆର ବ୍ୟୁରୋ); କେନ୍ଦ୍ର ସରକାରଙ୍କ ନିର୍ବାଚନ ପୂର୍ବରୁ ଶେଷ ଅର୍ଥ ବଜେଟ ଘୋଷଣା ହୋଇଛି । ଆଜି ସଂସଦରେ ଆଗତ ହୋଇଛି ସାମୟିକ ବଜେଟ୍ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ କାମଚଳା ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ବଜେଟ୍ ଉପସ୍ଥାପନ କରୁଛନ୍ତି । ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍ ଆଗତ କରିଛନ୍ତି। ସରକାର ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସର ଖର୍ଚ ତୁଲାଇବା ପାଇଁ ଲେଖାନୁଦାନ ଆଗତ କରିଛନ୍ତି।ସାଧାରଣ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦି ସରକାରଙ୍କ ଏହା ଶେଷ ବଜେଟ୍। ତେଣୁ ସାରାଦେଶର ଲୋକଙ୍କ ନଜର ଏହି ବଜେଟ୍ ଉପରେ ରହିଛି।
ଆସନ୍ତୁ ଜାଣିବା କ’ଣ ରହିଛି ବଜେଟ
-ଚାଷୀଙ୍କ ପାଇଁ ନୂଆ ଯୋଜନା ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଘୋଷଣା
-୨ହେକ୍ଟର ପର୍ୟ୍ୟନ୍ତ ଜମି ଥିବା ଚାଷୀଙ୍କୁ ପ୍ରତିବର୍ଷ ମିଳିବ ୬ହଜାର ଟଙ୍କା
-ଦେଶରେ ୧୨କୋଟି ଚାଷୀଙ୍କୁ ଯୋଜନାରେ ସାମିଲ କରାଯିବ
-ଚାଷୀଙ୍କ ବ୍ୟାଙ୍କ ଅକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯିବ
-ଚାଷୀଙ୍କ ସର୍ବନିମ୍ନ ଆୟ ସୁନିଶ୍ଚିତ ଯୋଜନା ‘ପ୍ରଧାନମନ୍ତ୍ରୀ କିଷାନ ସମାଧି ନିଧି’
-ଯୋଜନାରେ ବାର୍ଷିକ ୭୫ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ
-ଡିସେମ୍ବର ୧ରୁ ପିଛିଲା ଭାବେ ଲାଗୁ କରାଯିବ
ସେହିପରି ଶ୍ରମିକଙ୍କ ସୁରକ୍ଷା ଓ ଉନ୍ନତି ପାଇଁ ବୃଦ୍ଧାବସ୍ଥା ପେନସନ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
-ଶ୍ରମିକଙ୍କ ପାଇଁ ଶ୍ରମଜୀବୀ ମାନଧନ ଯୋଜନା ଘୋଷଣା
-୨୧ହଜାର ଦରମା ପାଉଥିବା ଶ୍ରମିକଙ୍କୁ ୭ହଜାର ଟଙ୍କା ବୋନସ ମିଳିବ
-୨୫ହଜାର ଟଙ୍କା ଦରମା ପାଉଥିବା ଶ୍ରମିକଙ୍କୁ ଇଏସଆଇ ସୁବିଧା
-୧୫ହଜାର ଟଙ୍କା ଦରମା ପାଉଥିବା ଶ୍ରମିକଙ୍କୁ ଏଣିକି ମାସକୁ ୩ହଜାର ଟଙ୍କା ପେନସନ ମିଳିବ
-ପଶୁପାଳନ ପାଇଁ ଋଣ ଉପରେ ୨% ସୁଧ
-ପ୍ରାୟ ୧୦କୋଟି ଅଣସଂଗଠିତ ଶ୍ରମିକଙ୍କୁ ମିଳିବ ଲାଭ
-ବେସାମରିକ କ୍ଷେତ୍ରରେ ଯୁବବର୍ଗରୁ ନିଯୁକ୍ତି ମିଳିଛି
-ଗର୍ଭବତୀ ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା
-ଗର୍ଭବତୀ ମହିଳାଙ୍କୁ ୨୬ ସପ୍ତାହ ଛୁଟି ଘୋଷଣା
-୫ବର୍ଷରେ ୧ଲକ୍ଷ ଡିଜିଟାଲ ଗାଁ କରିବାକୁ ଲକ୍ଷ୍ୟ
-ଗତ ୫ବର୍ଷରେ ମୋବାଇଲ ଡାଟା ୫୦ଗୁଣା ବଢିଛି
-ପ୍ରତିରକ୍ଷା ବଜେଟରେ ୩ଲକ୍ଷ କୋଟି ଟଙ୍କା ବୃଦ୍ଧି
-ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୧୯ହଜାର କୋଟି
-ମନରେଗା ପାଇଁ ଏଥର ୭ହଜାର କୋଟି ବ୍ୟୟ ବରାଦ
-ଘର କିଣା ସାମଗ୍ରୀ ଉପରେ ଜିଏସଟି ଛାଡ ନେଇ ବିଚାର ଚାଲିଛି ।
-ପ୍ରଦୂଷଣ ରୋକିବା ପାଇଁ ଇଲେକ୍ଟ୍ରିକାଲ ଗାଡି
ଟକିସ ଆଦାୟ ନେଇ ବଜେଟରେ ଘୋଷଣା
-୨୦୧୪ରେ ଟିକସଦାତାଙ୍କ ସଂଖ୍ୟା ଥିଲା ୩.୭୯କୋଟି
-୨୦୧୪ରେ ଟିକସ ପରିମାଣ ୬ଲକ୍ଷ ୩୮କୋଟି ଥିଲା
-ଏବେ ଏହା ୧୨ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହୋଇଛି ।
-ଗତ ୫ବର୍ଷରେ ଏହା ୮୦% ହୋଇଛି ।
-କରଦାତାଙ୍କ ସଂଖ୍ୟା ୬.୮୫କୋଟିକୁ ବୃଦ୍ଧି
-୫ଲକ୍ଷ ପର୍ୟ୍ୟନ୍ତ ଟିକସ ଛାଡ ଘୋଷଣା
-ଏହା ଦ୍ୱାରା ଦେଶରେ ୩ଲକ୍ଷ ଲୋକଙ୍କୁ ଉପକୃତ ମିଳିବ
-ଅନ୍ୟାନ୍ୟ ନିବେଶ ବାବଦରେ ସାଢେ ୬ଲକ୍ଷ ପର୍ୟ୍ୟନ୍ତ ଟିକସ ରିହାତି
-ବ୍ୟାଙ୍କରୁ ମିଳୁଥିବା ଋଣ ଉପରେ ୪୦ହଜାର ଟଙ୍କା ପର୍ୟ୍ୟନ୍ତ ଟିକସ ରିହାତି
-୪୦ହଜାର ଟଙ୍କାର ସୁଧ ଆୟ ଉପରେ ଟିଡ଼ିଏସ ନାହିଁ
-ଆୟକର ଛାଡ ସୀମା ଉପରେ ସେନସେକ୍ସ ୪୦୦ ପଏଣ୍ଟ ବୃଦ୍ଧି